୧୫ରେ ଛତ୍ରପୁରରେ ବୃହତ୍ତ ଆଇନସେବା ପ୍ରାଧିକରଣ ସଭା

ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍) : ଆସନ୍ତା ୧୫ ତାରିଖରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସହାୟତାରେ ଛତ୍ରପୁର ଅନସ୍ଲୋ ମିନି ଷ୍ଟାଡିୟମ ଠାରେ ମେଗା ଆଇନସେବା ପ୍ରାଧିକରଣ ସଭା ଅନୁÂିତ ହେବ । ଏହାକୁ ଜିଲ୍ଲାରେ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ଗୁରୁବାର ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀ ପ୍ରକାଶ କରିଛନ୍ତି । ସମସ୍ତ ସରକାରୀ ସ୍ତରରେ ଜନସାଧାରଣ ଉପକୃତ ହେବା ଭଳି ବିଭିନ୍ନ ଯୋଜନା ଗୁଡିକ ଲୋକାଭିମୁଖୀ ହୋଇପାରୁନାହିଁ । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଗ୍ରାମୀଣ ନାଗରିକ ପର୍ଯ୍ୟନ୍ତ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯାଉଥିବା ବିଭାଗୀୟ ସହାୟତା ଏହି ସଭାରେ ଅବସରରେ ଜନସାଧାରଣଙ୍କୁ ସଚେତନତା ଓ ସହାୟତା ପ୍ରଦାନ କରାଯିବ । ଏହି ସଭାରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ପ୍ରାୟ ୧୦ ହଜାର ଜନସାଧାରଣଙ୍କ ସମାବେଶ କରିବା ପାଇଁ ସ୍ଥିର କରାଯାଇଛି । ୧୫ ତାରିଖ ପୂର୍ବାହ୍ନ ୯ ଘଣ୍ଟା ଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଓଡିଶା ଉଚ୍ଚନ୍ୟାୟଳୟର ମାନ୍ୟବର ମୁଖ୍ୟ ବିଚାରପତି ଏହାକୁ ଉଦ୍ଘାଟନ କରିବା ସହ ସଭାରେ ଆଇନସେବା ସଂକ୍ରାନ୍ତରେ ଜନସାଧାରଣଙ୍କ ସୁବିଧା ସୁଯୋଗ ବିଷୟରେ ଗୁରୁତ୍ୱାରୋପ କରିବାର ରହିଛି । ସଭାକୁ ନିକଟର ବ୍ଲକ ରଙ୍ଗେଇଲୁଣ୍ଡା, କୁକୁଡାଖଣ୍ଡି, ଛତ୍ରପୁର, ଗଞ୍ଜାମ, ଖଲ୍ଲିକୋଟ ଏବଂ ପୁରୁଷୋତ୍ତମପୁର ପ୍ରମୁଖ ୬ ଟି ବ୍ଲକରୁ ଜନସାଧାରଣଙ୍କୁ ଆଣିବା ପାଇଁ ୧୨ ଟି ବସ୍ର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟ ବ୍ଲକ ଗୁଡିକରୁ ସଂପୃକ୍ତ ଅଧିକାରୀମାନେ ନିଜ ଦାୟିତ୍ୱରେ କିଛି କିଛି ଜନସାଧାରଣଙ୍କୁ ଆଣିବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ବ୍ରହ୍ମପୁର ଓ ଗଞ୍ଜାମ ପୁଲିସ ଜିଲ୍ଲା ତରଫରୁ ସେମାନଙ୍କ ଦାୟିତ୍ୱରେ ୫୦୦ ଶହ ଲେଖାଁଏ ଜନସାଧାରଣଙ୍କୁ ଏହି ସଭାକୁ ଆଣିବା ପାଇଁ କୁହାଯାଇଛି । ଜିଲ୍ଲାରେ ୨୬ ଟି ମୁଖ୍ୟ ମୁଖ୍ୟ ବିଭାଗ ସେମାନଙ୍କ ବିଭିନ୍ନ ଯୋଜାନର ସୁବିଧା ସହାୟତା ବିଷୟ ନେଇ ୨୬ ଟି ଷ୍ଟଲ୍ରେ ଜନସାଧାରଣଙ୍କୁ ସଚେତନତା କରିବାର ବ୍ୟବସ୍ଥା ହୋଇଛି । ଏଥିସହ ସଭାରେ ବିଭିନ୍ନ ବିଭାଗର ସୁବିଧା ସହାୟତା ଗୁଡିକ ହିତାଧିକାରୀଙ୍କୁ ପ୍ରଦାନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ