ଓପୋ ପକ୍ଷରୁ ନୂତନ ସ୍ମାର୍ଟଫୋନ୍ ଏ୧୫ର ଶୁଭାରମ୍ଭ
ନୂଆଦିଲ୍ଲୀ: ବଜେଟ୍ ଅନୁକୂଳ ବର୍ଗରେ ପ୍ରଦ୍ୟୋଗିକ ଉଦ୍ଭାବନର ଉନ୍ମୋଚନ ଧାରାକୁ ଜାରି ରଖି ଅଗ୍ରଣୀ ଗ୍ଲୋବାଲ ସ୍ମାର୍ଟ ଡିଭାଇସ୍ ବ୍ରାଣ୍ଡ ଓପୋ ଆଜି ଭାରତୀୟ ବଜାରରେ ଏହାର ନୂଆ ଏ୧୫ ସ୍ମାର୍ଟଫୋନ୍ ଶୁଭାରମ୍ଭ କରିଛି । ନିକଟରେ ଲଂଚ୍ ହୋଇଥିବା ଏ୫୩ର ବୃହତ୍ ସଫଳତା ପରେ ଓପୋ ଏ୧୫ର ଶୁଭାରମ୍ଭ ସହିତ ବହୁ ପ୍ରଶଂସିତ ଏ ସିରିଜ୍କୁ ଆହୁରି ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ଯାହା ଏହି ବର୍ଗରେ ଉନ୍ନତ ଫିଚର ପ୍ରଦାନ କରୁଛି । ଏକ ୩ଡି କର୍ଭଡ଼ ବଡି ଡିଜାଇନ୍ ସହିତ ନିର୍ମିତ ଏହି ଡିଭାଇସ୍ ଏଆଇ ଟ୍ରିପଲ କ୍ୟାମେରା ସେଟ୍ଅପ୍, ଏକ ୬.୫୨” ୱାଟର୍ଡ୍ରପ୍ ସ୍କ୍ରିନ୍ ଓ ଏକ ବିଶାଳ ୪୨୩୦ଏମ୍ଏଏଚ୍ ବ୍ୟାଟେରୀରେ ସୁସଜ୍ଜିତ ରହିଛି । ଏହି ଡିଭାଇସ୍ ୧୦,୯୯୦ ଟଙ୍କାରେ ୩+୩୨ଜିବି ଭାରିଆଂଟ୍ରେ ଉପଲବ୍ଧ ହେବ ।ଏ୧୫ କୁ ବଜେଟ୍ ଅନୁକୂଳ ବର୍ଗରେ ନିମଜ୍ଜିତ କଂଟେଂଟ୍ ବ୍ୟବହାର ଅନୁଭବକୁ ଉପଭୋଗ କରିବା ପାଇଁ ଏକ କ୍ୟାମେରା ଅପ୍ଗ୍ରେଡ୍ ଓ ବିଶାଳ ସ୍କ୍ରିନ୍ ବିଶିଷ୍ଟ ସ୍ମାର୍ଟଫୋନ୍ ଚାହୁଁଥିବା ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି । ଏକ ମିଡିଆଟେକ୍ ହେଲିଓ ପି୩୫ ଅକ୍ଟାକୋର୍ ଚିପ୍ସେଟ୍ ସହିତ ସୁସଜ୍ଜିତ ଏହି ଡିଭାଇସ୍ ଏକ ଶକ୍ତିଶାଳୀ ପ୍ରଦର୍ଶନ ଡେଲିଭର କରୁଛି ଏବଂ ଯାହାଦ୍ୱାରା ଏହା ଉପଭୋକ୍ତାଙ୍କୁ ବିନା କୌଣସି ଲ୍ୟାଗ୍ରେ ଗେମ୍ ଖେଳିବା ଓ ବିନା ଚିନ୍ତାରେ ଭିଡିଓ ଦେଖିବା ପାଇଁ ଅନୁମତି ଦେଇପାରୁଛି ।ଏକ ଏଆଇ ଟ୍ରିପଲ କ୍ୟାମେରା ଓ ଇଂଟେଲିଜେଂଟ୍ ବିୟୁଟିଫିକେଶନ ଆଲ୍ଗୋରିଦମ୍ସ ସହିତ ନିର୍ମିତ ଏଆଇ ଟ୍ରିପଲ କ୍ୟାମେରା ଓ ଏଆଇ ବିୟୁଟିଫିକେଶନ ସହ ଷ୍ଟାଇଲିସ୍ ମୁହୂର୍ତଗୁଡିକ କ୍ୟାପ୍ଚର କରୁଥିବା ଓପୋ ଏ୧୫ରେ ଏକ ୧୩ଏମ୍ପି ମେନ୍ କ୍ୟାମେରା ଜୀବନର ସର୍ବୋତମ ମୁହୂର୍ତଗୁଡିକୁ ସଂରକ୍ଷିତ ରଖିବା ପାଇଁ ସୁସଜ୍ଜିତ ରହିଛି । ଏଥିରେ ୪ସେମି ପର୍ଯ୍ୟନ୍ତ କ୍ଲୋଜ୍-ଅପ୍ ସଟ୍ ପାଇଁ ଏକ ୨ଏମ୍ପି ମାକ୍ରୋ ଲେନ୍ସ ରହିଛି । ପୋର୍ଟ୍ରେଟ୍ ଫଟୋଗୁଡିକରେ ଅଧିକ ଗଭୀରତାକୁ ସାମିଲ କରିବା ପାଇଁ ଏଥିରେ ଏକ ୨ଏମ୍ପି ଡେପ୍ଥ କ୍ୟାମେରା ରହିଛି ଯାହା ବ୍ୟାକ୍ଗ୍ରାଉଣ୍ଡରେ ଏକ ପ୍ରାକୃତିକ ବୋକେ ଇଫେକ୍ଟ ସାମିଲ କରିଥାଏ ।
ପ୍ରତିଦିନର ମୁହୂର୍ତଗୁଡିକୁ କ୍ୟାପ୍ଚର କରିବା ଲାଗି ଓପୋ ଏ୧୫ରେ ଏଚ୍ଡିଆର୍ ଫ୍ରି ଭଳି ଅନେକ ବହୁମୂଖୀ ବିକଳ୍ପ ପ୍ରଦାନ କରୁଛି ଯାହା କମ୍ ଆଲୋକ ଥିବା ପରିବେଶ କିମ୍ବା ବ୍ୟାକ୍ଲାଇଟ୍ରେ ପୋର୍ଟ୍ରେଟ୍ ସଟ୍ କ୍ୟାପ୍ଚର କରିଥାଏ । ଏହାର ଅର୍ଥ ହେଉଛି ସୂର୍ଯ୍ୟାସ୍ତ ସମୟରେ ମଧ୍ୟ ପୃଷ୍ଠଭୂମିରେ ବିବରଣୀ ବଜାୟ ରହିଥାଏ । ଏହି ଡିଭାଇସ୍ରେ ପୋର୍ଟ୍ରେଟ୍ ବୋକେ ମୋଡ୍ ରହିଛି ଯାହା ଏକ ପ୍ରାକୃତିକ ବୋକେ ପୃଷ୍ଠଭୂମି ପ୍ରଦାନ କରିଥାଏ ଏବଂ ଏକ ଡ୍ୟାଶ୍ ଅଫ୍ ଫ୍ଲେୟାର ପାଇଁ ୬ଟି ସ୍ୱତନ୍ତ୍ର ପୋର୍ଟ୍ରେଟ୍ ଫିଲ୍ଟର ଲାଗୁ କରିଥାଏ । ଡ୍ୟାଜେଲ କଲର୍ ଓ ଇଓ ସିନ୍ ରେକଗ୍ନିସନକୁ ଏକତ୍ରିତ କରି ଓପୋ ଏ୧୫ରେ ଏଆଇ ସିନ୍ ଏନ୍ହାନ୍ସମେଂଟ୍ ମଧ୍ୟ ପ୍ରଦାନ କରୁଛି ଯାହାକି ୨୧ଟି ଭିନ୍ନ ଭିନ୍ନ ଷ୍ଟାଇଲର ଲ୍ୟାଣ୍ଡସ୍କେପ୍ ଓ ସେନିକ୍ ସଟ୍ର ସୌନ୍ଦର୍ଯ୍ୟକରଣ କରିପାରିଥାଏ । ଏହାଛଡା ରି-ଅପ୍ଟିମାଇଜ୍ଡ ଫ୍ରଂଟ୍ ଓ ରିୟର ଫିଲ୍ଟର ୧୫ଟି ଷ୍ଟାଇଲିସ୍ ଫିଲ୍ଟର ଓ ୧୦ଟି ବ୍ରିଲିଆଂଟ୍ ଭିଡିଓ ଫିଲ୍ଟର ପ୍ରଦାନ କରୁଛି । ଓପୋ ଏ୧୫ରେ ଟେଲର୍ ମେଡ୍ ଫିଚର ସହିତ ଏକ ୫ ଏମ୍ପି ଫ୍ରଂଟ୍ କ୍ୟାମେରା ରହିଛି ଯାହାପ୍ରାକୃତିକ ସୌନ୍ଦର୍ଯ୍ୟତାକୁ ବୃଦ୍ଧି କରିବା ପାଇଁ ବିକଳ୍ପ ପ୍ରଦାନ କରିବା ସହିତ ଏଆଇ ବିୟୁଟିଫିକେଶନ ପ୍ରଦାନ କରୁଛି ଯାହା ବିବିଧ ଶୃଙ୍ଖଳାର ସ୍କିନ୍ ଟୋନ୍ ଓ ଫେସିଆଲ ଫିଚରଗୁଡିକୁ ସୁଗମ କରିଥାଏ ।


