ଲଗାଣ ବର୍ଷା ଯୋଗୁ ପରିବା ଫସଲ ନଷ୍ଟ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ପ୍ରଶାସନିକ ସୂଚନା ଅନୁଯାୟୀ କାଶୀନଗରରେ ଲଗାଣ ବର୍ଷା ଯୋଗୁ ବଂଶଧାରା ନଦୀର ଜଳ ପତନ ବୃଦ୍ଧି ପାଇଛି | ୧୪ ତାରିଖରେ ଏହା ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବା ବେଳେ ୧୫ ତାରିଖ ସନ୍ଧ୍ୟାରେ ସାମାନ୍ୟ କମି ୫୪.୪୩ ମିଟର ରହିଛି | ତେବେ ବନ୍ୟା ଆଶଙ୍କା କମିଥିବା ବେଳେ ଚାଷୀ ମାନେ ଲଗାଇଥିବା ବିଭିନ୍ନ ପରିବା ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ବିଶେଷ କରି ବନ୍ଧାକୋବି ଟମାଟ ସମ୍ପୂର୍ଣ ନଷ୍ଟ ହୋଇଯାଇଛି | ଅମଳର ଆଉ ସମ୍ଭାବନା ନାହିଁ ବୋଲି କାଶୀନଗର ରଇତ ସଂଘ ପକ୍ଷରୁ କୁହାଯାଇଛି | ସେ ଗଛ ସବୁ ପଚିଯାଇ ନଷ୍ଟ ହୋଇଯିବ | ଓ ଆଶାନୁରୂପକ ଧାନ ବି ଅମଳ ହୋଇପାରିବାର ସମ୍ଭାବନା କମ ବୋଲି କୁହାଯାଇଛି | ରଇତ ସଂଘ ସଭାପତି ପ୍ରଶାନ୍ତ ମିଶ୍ର ସରକାରଙ୍କର ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ଦେଇଛନ୍ତି |


