ବିଜୁଳି ଚଡକରେ ମହିଳା ଗୁରୁତର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ମୋଚିନେତ୍ରା ଗ୍ରାମର ଜଣେ ମହିଳା ଚାଷୀ ଗୁରୁବାର ଦିନ ଅପରାହ୍ନରେ ବିଜୁଳି ଚଡକରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ମହିଳା ଚାଷୀ ଭାରତୀ ମଣ୍ଡଳ (୪୦) ଅପରାହ୍ନରେ ଟିକେ ଟିକେ ଝିପିଝିପି ବର୍ଷା ହେଉଥିଲା । ଭାରତୀ ପଡ଼ିଆରେ ଚରୁଥିବା ନିଜର ଗାଈଗୋରୁଙ୍କୁ ଘରକୁ ଫେରାଇ ଆଣୁଥିବା ସମୟରେ ରାସ୍ତାରେ ବିଜୁଳି ଚଡ଼କ ମାରିଥିଲା । ଗୁରୁତର ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ । ଦିର୍ଘ ସମୟ ଧରି ୧୦୮ ଆମ୍ବୁଲାନ୍ସ ସହିତେ ଯୋଗାଯୋଗ କରିଥିଲେ ମଧ୍ୟ ୧୦୮ ଆମ୍ବୁଲାନ୍ସ ଆସି ନଥିଲା । ଫଳରେ ଗାଁ ଲୋକେ ତାଙ୍କୁ ପ୍ରାଇଭେଟ୍ ଗାଡ଼ିରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଗୁରୁତର ଅବସ୍ଥାରେ ସେ ଚିକିତ୍ସିତ ହେଉଛନ୍ତି । ମହିଳା ଭାରତୀ ୧୦୮ ବିରୋଧରେ ବିଷୋଦଗାର କରିଛନ୍ତି ଯେ ଦୁର୍ବିପାକ ସମୟରେ ଗରିବ ଗୁରୁବା ଯେଉଁମାନେ ଦୁର୍ଗମ ଇଲାକାରେ ରହୁଛନ୍ତି ୧୦୮ ଆମ୍ବୁଲାନ୍ସ ତାଙ୍କ ପାଇଁ ଦୁର୍ଲଭ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ