ସୁନା ଦୋକାନୀଙ୍କ ମୃତ୍ୟୁରେ ବଜାର ବନ୍ଦ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଲକ ଅଲଣାହାଟରେ ଜୈନିକ ସୁନା ଦୋକାନୀଙ୍କର ମୃତ୍ୟୁରେ ଅଲଣାହାଟ ବନ୍ଦ ରହିଥିଲା । ସୂଚନା ମୁତବାକ ସ୍ଥାନୀୟ କାଂଶ ଗ୍ରାମର ବଟକୃଷ୍ଣ ସାହୁ(୫୮)ଙ୍କ ଛାତିରେ ହଠାତ ଯନ୍ତ୍ରଣା ହେବାରୁ ପରିବାରଙ୍କ ପକ୍ଷରୁ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ଅଲଣାହାଟ ବଜାର କମିଟି ତରଫରୁ ବଜାରକୁ ଦିନ ପାଇଁ ବନ୍ଦ ରଖାଯାଇଥିଲା । ଅଲଣାହାଟ ବଜାର କମିଟିର ସଭାପତି ଉମେଶ ଚନ୍ଦ୍ର ମହାନ୍ତି, ଅଲଣା ସରପଂଚ ନଳିନୀ ପ୍ରଭା ସାହୁ, ସମିତି ସଭ୍ୟ ମନ୍ମଥ ଓଝା, ପୂର୍ବତନ ସରପଂଚ ସୁରେଶ ଚନ୍ଦ୍ର ସାହୁ, ସମାଜସେବୀ ଶ୍ରୀୟା ମାଧବ ଦାସ,ଆଶିଷ ଦାସ, ଧରଣୀଧର ସାହୁ ଆଦି ଶୋକ ପ୍ରକାଶ କରିଛନ୍ତି ।


