ଫି ଛାଡ଼ ମାମଲାରେ ପକ୍ଷପାତୀ ଏମ୍‌.ଓ.ୟୁ. ଧୋକା

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କରୋନା ମହାମାରୀ ସମୟରେ ସବୁ ଶ୍ରେଣୀର ଅଭିଭାବକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଥିବା ବେଳେ ସରକାରଙ୍କ ଦାୟିତ୍ୱହୀନତା ସହ ପକ୍ଷପାତି ଏମ୍‌.ଓ.ୟୁକୁ ବିରୋଧ କରି ଆଜି ଭୁବନେଶ୍ୱରର ବିଭିନ୍ନ ସ୍କୁଲ୍‌ର ଅଭିଭାବକମାନେ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାର ଦେଖାଯାଇଥିଲା । ଅଭିଭାବକମାନଙ୍କ କହିବା କଥା ସରକାର ଏ ସମୟରେ ଅଭିଭାବକମାନଙ୍କ ଗୁହାରି ଶୁଣିବେ କଣ ଚତୁରତାରର ସହ ଏକ ତଥାକଥିତ ଅଭିଭାବକ ସଂଘ ନାମରେ କୋର୍ଟର ପିଆଇଏଲ୍‌କୁ ଗୋଳିଆ କରି ବ୍ୟବସାୟିକ ମନୋବୃତ୍ତି ନେଇ ଚାଲିଥିବା ସ୍କୁଲ୍ ଗୁଡ଼ିକୁ ସହଯୋଗ କରୁଛନ୍ତି । ସରକାରଙ୍କ ଦ୍ୱାରା କୋର୍ଟରେ ଯେଉଁ ସତ୍ୟପାଠରେ ଏମ୍‌.ଓ.ୟୁ ଦିଆଯାଇଛି ତାହା ପକ୍ଷପାତୀ ଏବଂ ଘରୋଇ ବିଦ୍ୟାଳୟକୁ ସୁହାଇଲା ଭଳି ହୋଇଛି । ବିଶେଷକରି ସଂଯୋଜିତ ଏମ୍‌.ଓ.ୟୁକୁ ଭିତ୍ତି କରି ସାଇ ସ୍କୁଲ୍ ତାର ଫି ହେଡ଼ିଙ୍ଗକୁ କମ୍ପୋଜିଟ ନାମରେ ନାମିତ କରି ଖସିବାକୁ ଚେଷ୍ଟା କରିଛି । ଏହିପରି ମହାମାରୀ ଭଳି ପରିସ୍ଥିତି ଆଗକୁ କେତେଦିନ ଜାରି ରଖିବ ଜଣାନାହିଁ । ତେଣୁ ଶିକ୍ଷକ ଓ କର୍ମଚାରୀ ମାନଙ୍କ ଦରମା ବାବଦକୁ ଟ୍ୟୁସନ ଫି ନିଆଯାଇ ଅନ୍ୟାନ୍ୟ ସମସ୍ତ ଖର୍ଚ୍ଚ ବାବଦକୁ ନିଆଯାଇଥିବା ଟଙ୍କା ଛାଡ଼ କରାଯାଉ ବୋଲି ଅଭିଭାବକମାନେ ଦାବି କରିଛନ୍ତି । ରାଜ୍ୟ ସରକାର ଏଥିପାଇଁ ଏକ ସ୍ପଷ୍ଟ ନିର୍ଦ୍ଦେଶନାମା ଦିଅନ୍ତୁ ବୋଲି ଅଭିଭାବକ ସଂଘ ଓପାଫ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ି ଏକ ଦାବୀପତ୍ର ପ୍ରଦାନ କରିଛି । ଆଜିର ଏହି ବିକ୍ଷୋଭରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ, ଡ଼ିଏଭି ସ୍କୁଲ, ଓଡ଼ିଏମ୍ ସ୍କୁଲ୍‌, ୟଙ୍ଗ ଫୋନିକ୍ସ, ବିଜେଇଏମ୍‌, ମଦର୍ସ ପବ୍ଲିକ ସ୍କୁଲ, ଜାଭିୟର ସ୍କୁଲ୍‌, ସେଣ୍ଟ ଯୋଶେଫ, କେଦାରଗୌରୀ, ଭେଙ୍କଟେଶ୍ୱର, ଅମୃତା ବିଦ୍ୟାଳୟ, ନାରାୟଣୀ ସ୍କୁଲ୍‌ର ଶତାଧିକ ଅଭିଭାବକମାନେଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ