“ତିର୍ତୋଲ”ରେ ବିଯୁଜନତା ଦଳର ଦଳୀୟ କାର୍ଯ୍ୟାଳୟ ଉଦଘାଟିତ,

ତିର୍ତ୍ତୋଲ, (ଅଭିଷେକ ତ୍ରିପାଠୀ):ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପରିଚାଳନା ନିମନ୍ତେ ଏକ ଦଳିୟ କାର୍ଯ୍ୟାଳୟ ରବିବାର ସ୍ଥାନୀୟ ବିଇଓ କାର୍ଯ୍ୟାଳୟ ସମୁଖରେ ଉଦଘାଟିତ ହୋଇଯାଇଛି। ଏହାକୁ ଦଳିୟ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତରାୟ ଫିତା କାଟି ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଜଗତସିହପୁର ଏମପି ଡାକ୍ତର ରାଜଶ୍ରୀ ମଲିକ, ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସମ୍ବିତ ରାଉତରାୟ, ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ, ପୂର୍ବତନ ସଭାପତି ଅଶ୍ବିନୀ ଦାସ, ଜିଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ବାଳ, ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ସଵିତା ମହାପାତ୍ର, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ବିଷନପୁର ସରପଞ୍ଚ ତଥା ବ୍ଲକ ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ମନୋଜ ମହାନ୍ତି, ଜିଲାପରିଷଦ ସଭ୍ୟ ପ୍ରବୀର ରାୟ, ଲିପାଲି ରାଉଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ତୁଳଙ୍ଗ ଠାରେ ଦଳିୟ କର୍ମୀ ସମାବେଶ ବରିଷ୍ଠ ନେତା କୁଷ୍ଣ ଚନ୍ଦ୍ର ମଲ୍ଲିକଙ୍କ ତତ୍ବାଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ବିଶ୍ବାଳ ସଭାପତିତ୍ବ କରିଥିଲେ। ଦଳିୟ ପ୍ରାର୍ଥି ବିଜୟ ଶଙ୍କର ଦାସ ଉପସ୍ଥିତ ରହି ନିର୍ବାଚନରେ ତାଙ୍କୁ ଭୋଟଦେଇ ବିଜୟୀ କରିବାକୁ ଉପସ୍ଥିତ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ଦେବାଶିଷ ସାମନ୍ତତରାୟ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଏମପି ଡାକ୍ତର ରାଜଶ୍ରୀ ମଲିକ, ରମାକାନ୍ତ ଭୋଇ, ଲୋରା ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଦଳିୟ ପ୍ରାର୍ଥିଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ