କରୋନା ଯୋଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଏକାଦଶାହରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ୱର୍ଗତ ଅଶୋକ ପଟ୍ଟନାୟକଙ୍କ ଏକାଦଶାହରେ ରାଇରଙ୍ଗପୁର ଟାଉନ ଥାନା ପରିସରରେ ଏସ.ଡି.ପିଓ ସ୍ନେହାଶିଷ ସାହୁଙ୍କ ପୌରହିତ୍ୟରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଇରଙ୍ଗପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ଦଳର ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ , ବିଭିନ୍ନ ଥାନାର ପୋଲିସ ଅଫିସର,କର୍ମଚାରୀ ଉପସ୍ଥିତ ରହି ସ୍ୱର୍ଗତ ଅଶୋକ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅଶୋକ ପଟ୍ଟନାୟକ କେବଳ ଜଣେ ଦକ୍ଷ ପୋଲିସ ପ୍ରଶାସକ ନଥିଲେ ସେ ଥିଲେ ଜଣେ ଦରଦୀ ମାନବଵାଦୀ ମଣିଷ । ମଣିଷକୁ ଭଲ ପାଉଥିବା ଜଣେ ବ୍ୟକ୍ତି । ପରୋପକାରୀ, ଧର୍ମପରାୟଣ , ମିଷ୍ଟଭାଷୀ ବ୍ୟକ୍ତି ବୋଲି ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନେ କହିଥିଲେ ।


