ଧରା ପଡିଲା ଛେଳି ଚୋର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଉତି ବେଡା ପଞ୍ଚାୟତ ଅଧିନ ଚଟାଣୀ ଗ୍ରାମର ଜଣେ ବାସିନ୍ଦାଙ୍କ ଘର ସାମ୍ନାରେ ବନ୍ଧା ହୋଇଥିବା ଏକ ଖାସି ଚୋରି କରି ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳର ଜଣେ ଚୋର ଧରା ପଡିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହ ବେଶ ଚର୍ଚା ର ବିଷୟ ହୋଇଛି । ଘଟଣାରୁ ପ୍ରକାଶ ଯେ ଚଟାଣୀ ଗ୍ରାମର ଚାଷୀ ହୀରାଲାଲ ମହାନ୍ତ ତାଙ୍କ ଘର ସାମ୍ନାରେ ବାହାଘର ଭୋଜି ପାଇଁ ମଧ୍ୟମ ଧରଣର ଏକ ଖଇରିଆ ରଂଗ ର ଖାସି ଖୁଣ୍ଟରେ ବାଦ୍ଧି ରଖିଥିଲେ । ଶ୍ରୀ ମହାନ୍ତ ଓ ତାଙ୍କ ପରିବାର ଲୋକେ ଘର ଭିତରେ ଥିବା ବେଳେ ଦିନ ପ୍ରାୟ ୧ଟା ବେଳେ ଜଣେ ଅଜଣା ଯୁବକତାଙ୍କ ଘର ସାମ୍ନାରେ ଅଚାନକ ପହଞ୍ଚି ବଦ୍ଧା ହୋଇଥିବା ଖାସି ଟିକୁ ବସ୍ତାରେ ପୁରାଇ ଓ ତାଙ୍କ ବାଇକରେ ଲୋଡ କରି ଦ୍ରୁତ ଗତିରେ ଚାଲିଯାଇଥିଲା । ଏହି ଅଭାବନୀୟ ଘଟଣାକୁ ଗ୍ରାମର କେତେକ ଯୁବକ ଦେଖିପାରି ଦ୍ରୁତ ଗତିରେ ଯାଇଥିବା ଛେଳି ଚୋରକୁ ସେମାନଙ୍କ ବାଇକ୍ ଯୋଗେ ଅନୁସରଣ କରିଥିଲେ । ଚଟାଣୀ ରୁ ବାଙ୍ଗ୍ରିପୋଷି ମଧ୍ୟରେ ପ୍ରାୟ ୨୫ କିଲୋମିଟର ଅନୁସରଣ ଖେଳ ମଧ୍ୟରେ ଛେଳି ଚୋରକୁ ବାଙ୍ଗ୍ରିପୋଷି ଥାନାଞଳରେ କାବୁ କରିଥିଲେ । ଖାସି ଚୋରକୁ ବାଇକ୍ ସହ ଥାନାକୁ ଆଣି ସମସ୍ତ ବିଷୟରେ ଅବଗତ କରିଥିଲେ । ବିଶୋଇ ପୋଲିସ ଖବର ପାଇ ବାଙ୍ଗ୍ରିପୋଷି ପୋଲିସ ସହ ଯୋଗାଯୋଗ କରି ଖାସି ଚୋର,ବାଇକ୍ ଓ ଖାସି ବିଶୋଇ ଥାନା କୁ ଆଣି ବ୍ୟାପକ ପଚରା ଉଚୁରା ଜାରି ରଖିଥିବା ସୂଚନା ମିଳିଛି । ଥାନାରେ କେଶ ନଂ ୧୦୩/୨୦ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତକୁ ଗିରଫ କରିଥିବା ଓ.ଆଇ.ସି ଫଣୀଦ୍ର ଭୂଷଣ ନାୟକ କହିଛନ୍ତି । ଖାସି ଚୋର ଜଣକ ବାଲେଶ୍ୱର ଜିଲ୍ଲାର ରୁପସା ଥାନା ଅଧିନ ପୋଡାଡିହା ଗ୍ରାମର ଦଃଖିଶ୍ୟାମ ଦାସଙ୍କ ପୁଅ ସ୍ମୃତିପ୍ରକାଶ ଦାସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଗତ ବୁଧବାର ବିଶୋଇ ଥାନା ନୂଆଗାଁ ପଞ୍ଚାୟତ କୁଳିପୋଷି ଗ୍ରାମର ସୁଶେନ ମହାନ୍ତ ଙ୍କ ୬ଟି ଛେଳି ତାଙ୍କ ଗୁହାଳରୁ ବିଳମ୍ବିତ ରାତିରେ ଚୋରି ହୋଇ ଯାଇଥିବା ନେଇ ମଣଦା ଫାଣ୍ଡିରେ ଏତାଲା ଦାଏର କରିଥିଲେ । କିନ୍ତୁ ସୁଶେନ ୬ଟି ଛେଳିର ବତ୍ତର୍ମାନ ସୁଦ୍ଧା ମିଳିନଥିବା ବେଳେ ଆଜି ଦିନ ଦିପହରରେ ହୀରା ଲାଲକ ଘର ସାମ୍ନାରୁ ଏକ ଖାସି ଚୋରି ହେବା ଘଟଣା ଗ୍ରାମବାସୀ ତଥା ପଶୁପାଳକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ