ବାରହା ପଲକୁ ଧକ୍କା ଦେଲା ବାଇକ , ବାଇକ୍ ଚାଳକ ମୃତ

ଚିକିଟି ,(ଯୁଗାବ୍ଦ ନୁ୍ୟଜ୍) : ଚିକିଟି ବ୍ଲକ ଅନ୍ତର୍ଗତ ଚାନ୍ଦପୁର ଗ୍ରାମର ଜଣେ ଯୁବକଙ୍କ ସମ୍ମୁଖକୁ ବାରହା ପଲ୍ଲ ସାମ୍ନାକୁ ଆସିବାରୁ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଟିକି ପଡିବାରୁ ଜଣେ ଯୁବକଙ୍କ ମୃ୍ତୁ୍ୟ ହୋଇଛି । ମୃତକ ଯୁବକ ଜଣକ ପରିଚୟ କାମରାଜୁ ଗୈାଡ ( ୨୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସଂନ୍ଧ୍ୟା ୫ ଟା ସମୟରେ କାମରାଜୁ ନିଜ ଘର ଧାନଘର ଅଭିମୁଖେ ଯାଉଥିବା ବେଳେ ହଠାତ୍ ବରାହ ପଲ୍ଳ ରାସ୍ତା ମଝିକୁ ଚାଲିଆସିଥିଲେ । ଏହା ପରେ କାମରାଜୁ ଭାରସାମ୍ୟ ରାସ୍ତା ରେ ଛିଟିକି ହୋଇ ପଡିଯାଇଥିଲେ । ରାସ୍ତା କଡରେ ଥିବା ଏକ ପଥରରେ ତାଙ୍କର ମୁୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କର ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ବ୍ରହ୍ମପୁର ବଡ ମେଡକାଲକୁ ପଞ୍ଚନାମା ନିମନ୍ତେ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ