ପୁଣି ଓଜେଇ ପରୀକ୍ଷା ଦେବେ ୪୫ ଛାତ୍ର ଛାତ୍ରୀ

ମୋହନା,(ଅଂଶୁମାନ ପଣ୍ଡା): ଗତ ୧୫ ରେ ତପ୍ତପାଣି ନିକଟସ୍ଥ ପାଳୁଖୁଳା ବୁଲାଣିରେ ଗଜପତି ଜିଲ୍ଲାରୁ ଚାନ୍ଦିପୁଟ, ରାମଗିରି, ରା,ଉଦୟିଗିରି, ଜୀରାଙ୍ଗ ଅଞ୍ଚଳର ୪୫ ଜଣଙ୍କୁ ନେଇ ହାଇଟେକ୍ କଲେଜ୍ ବସ୍ ଯାଉଥିବା ବେଳେ ଭାରସ୍ୟାମ ହରାଇ ଓଲଟି ପଡିଥିଲା ଜାଫଳରେ ସମସ୍ତଏ ଦୁର୍ଘଟଣା ର ଶିକାର ହୋଇଥିଲେ | ସେଥି ମଧ୍ୟରୁ ୧୨ ଗୁରୁତର ହୋଇଥିଲେ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ ରେ ଚିକିତ୍ସା କରାଯାଉଥିଲା | କିନ୍ତୁ ଭଗବାଙ୍କ କୃପାରୁ ସମସ୍ତେ ବଞ୍ଚିଗଲେ ହେଲେ ମନରେ ଦୁଃଖ ରହିଯାଇଥିଲା କାହିଁକିନା ସେମାନେ ପରୀକ୍ଷା ଦେଇପାରି ନଥିଲେ ,ହେଲେ ଗଜପତି ଜିଲ୍ଲାପାଳ ସେମାନଙ୍କ ଦୁଃଖ ବୁଝିପାରି ଓଜେଇ ଚେୟାରମ୍ୟାନଙ୍କୁ ଅନୁରୋଧ କରିଥିଲେ ୪୫ ଜଣ ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ଦେବା ପାଇଁ ସୁଯୋଗ ଦିଆଯାଉ ବୋଲି ଜିଲ୍ଲାପାଳ ଅନୁପମଶାହାଙ୍କ ଅନୁରୋଧ ରଖି ଓଜେ଼ଇ ଚେୟାରମ୍ୟାନ ଫୁଣି ପିଲା ମାନଙ୍କୁ ଏକ ସୁଜୋଗ ଦେଇଛନ୍ତି ଯେପରିକି ତାଙ୍କ ଭବିଷ୍ୟତ ଅନ୍ଧାର ନ ହଉ ତେଣୁ ୨୨ ରେ ସେମାନେ ପରୀକ୍ଷା ଦେବେ ତାହା ସହ ପିଲାଙ୍କୁ ନେବା ପାଇଁ ଏକ ସୂତନ୍ତ୍ର ନଂ ୮୭୬୩୬୮୭୮୪୮ ଜାରି କରିଛନ୍ତି ଏବଂ ସେମାନେ ଗତ କାଲି ଯିବେ ବୋଲି ଜଣା ପଡିଛି | ଏହି ଖବର ଶୁଣିଲା ପରେ ଅଞ୍ଚଳ ବାସି ମାନେ ଜିଲ୍ଲାପାଳଙ୍କ ପ୍ରଶଂସା କରିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ