ନେହେରୁ ଯୁବ କେନ୍ଦ୍ର ତରଫରୁ ଗଜପତି ଜିଲ୍ଲାସ୍ତରୀୟ ପାର୍ଲିଆମେଣ୍ଟ ପ୍ରତିଯୋଗୀତା 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଏବଂ ୟୁ.ଏନ୍‌.ଭି, ୟୁ.ଏନ୍‌.ଡି.ପି. ଇଣ୍ଡିଆର ମିଳିତ ଆନୁକୁଲ୍ୟରେ ନେହେରୁ ଯୁବ କେନ୍ଦ୍ର ଗଜପତି ଦ୍ୱାରା ଜିଲ୍ଲାସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା ଭିଡିଓ ବାର୍ତ୍ତାଳପ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶେଷ ଅତିଥିଭାବେ ଗଜପତି ଜିଲ୍ଲାର ପୂର୍ବତନ ଆରକ୍ଷୀ ଅଧିକ୍ଷକ ସାରା ଶର୍ମା, ମୁଖ୍ୟ ଅତିଥିଭାବେ ଏନ୍‌.ୱାଇ.କେ.ଏସ୍‌.ର ଦକ୍ଷିଣାଞ୍ଚଳ ଡିଭିଜନର ବିମଳ ପଟ୍ରିକ୍ ସାହା, ମୁଖ୍ୟ ବକ୍ତା ଭାବେ ଅରୁଣ ସହଦେବ, ସମ୍ମାନନୀୟ ଅତିଥିଭାବେ ଦେବଜାନୀ ସମାନ୍ତରାୟ, ୟାସାର୍ ଅହମ୍ମଦ ପ୍ରମୁଖ ଯୋଗଦେଇଥିବାବେଳେ ଜୁରି ସଭ୍ୟା ଭାବେ ଶକ୍ତି ସ୍ୱରୁପ ସିଂ, ଭାଗବତ ପାଢୀ, ଅକ୍ଷୟ କୁମାର ନିପାଣି ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଏହି ଭିଡିଓ ବାର୍ତ୍ତାଳପ ମାଧ୍ୟମରେ ପ୍ରତିଯୋଗିମାନେ ତାଙ୍କର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ଏକ ସୁଦୃଢ ଭାରତ ଗଠନରେ ଯୁବ ସମାଜର ଭୂମିକା ଚିନ୍ତା ଧାରା ଏବଂ କାର୍ଯ୍ୟ ପନ୍ଥା ଉପରେ ବିତର୍କ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲାର ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ଜଣ ପ୍ରତି ଯୋଗୀ ଯଥା ରାୟଗଡ ବ୍ଲକର ସିଦ୍ଧାନ୍ତ ଦାସ ଏବଂ ପାରଳାଖେମୁଣ୍ଡିର ଏସ୍‌.କେ. ଅବ୍‌ଦୁଲ୍ଲା ସଫଳତାର ସହ ମନୋନୀତ ହୋଇ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗନେବେ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ