“ବଳରାମ ” ଯୋଜନା ପାଇଁ ଦକ୍ଷତା ବିକାଶ ତାଲିମ ଶିବିର

ବୁଗୁଡା,(ଅନିଲ କୁମାର ମହାରଣା): ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ବୁଗୁଡା ବ୍ଲକ କୃଷି କାର୍ଯ୍ୟାଳୟ ପରିସରରେ “ବଳରାମ” ଯୋଜନା ପାଇଁ ଦକ୍ଷତା ବିକାଶ ବିଷୟରେ ଏକ ତାଲିମ ଶିବିର ଅକ୍ଟୋବର ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ “ବଳରାମ” ଯୋଜନା କାର୍ଯ୍ୟକ୍ରମ ସମ୍ପର୍କରେ ଦକ୍ଷତା ବୃଦ୍ଧି ତାଲିମ ଶିବିରରେ ତାଲିମ ଦାତା ଭାବେ ବୁଗୁଡା ବ୍ଲକ କୃଷି ଅଧିକାରୀ କେ. ରମା ଶଙ୍କର ରାଓ ଓ ସହକାରୀ କୃଷି ଅଧିକାରୀ ନିହାର ରଞ୍ଜନ ପୃଷ୍ଟି ଯୋଗଦେଇ ବୁଗୁଡା ବ୍ଲକର କୃଷକ ସାଥୀ ଓ କୃଷି ଓ ଉଦ୍ୟାନ ଗ୍ରାମ୍ୟ ସମ୍ପ୍ରସାରଣ କର୍ମଚାରୀ ବୃନ୍ଦବକୁ ତାଲିମ ପ୍ରଦାନ କରିଥିଲେ। କୃଷକ ସାଥୀ ଓ ଗ୍ରାମ୍ୟ ସମ୍ପ୍ରସାରଣ କର୍ମଚାରୀଙ୍କୁ “ବଳରାମ” ଯୋଜନା ସମ୍ପର୍କରେ ଦକ୍ଷତା ବିକାଶ ତାଲିମ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଡ଼ି.ସୁଦର୍ଶନ ରାଓ ଓ ବୁଗୁଡା କୃଷି ବୈଷୟିକ ପରିଚାଳନା ସଂସ୍ଥାର ଅଧ୍ୟକ୍ଷ ମୁକୁନ୍ଦ ନାୟକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ