ଗଞ୍ଜାମ ପ୍ରକଳ୍ପ ନିର୍ଦେଶକଙ୍କ ବେଲଗୁଣ୍ଠା ବ୍ଲକର ବିଭିନ୍ନ ପଂଚାୟତ ରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା; ମୋ ଉପକାରୀ ବଗିଚାକୁ କଲେ ଉଚ୍ଚ ପ୍ରଶଂସା 

ଗାଙ୍ଗପୁର , (ସନ୍ତୋଷ ବିଷୋୟୀ): ଆଜି ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଦତ୍ତାତ୍ରେୟ ଭାଉ ସାହେବ୍ ସିନ୍ଧେ ବେଲଗୁଣ୍ଠା ବ୍ଲକର ବିଭିନ୍ନ ପଂଚାୟତ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ନେଟଙ୍ଗା ପଂଚାୟତର ମୋ ଉପକାରୀ ବଗିଚା ବୁଲି ଦେଖି ଏହାକୁ ଉଚ୍ଚ ପ୍ରସଂଶା କରିବା ସହ ଏହା ଜିଲ୍ଲାର ଅନ୍ୟ ପଂଚାୟତ ପାଇଁ ରୋଲ ମଡ଼େଲ୍ ବୋଲି ପ୍ରକାଶ କରିଥିଲେ I ପ୍ରଥମେ ତନରଡା ପଂଚାୟତର ମନେରଗା ଏବଂ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ I ସେଠାରୁ ଇଙ୍ଗିନାଠି ପଂଚାୟତକୁ ଯାଇ ବୃକ୍ଷ ରୋପଣ ପ୍ରକଳ୍ପ ଓ ପାଠାଗାର ଉନ୍ନତ ମାନର ହୋଇଥିବାରୁ ସରପଞ୍ଚଙ୍କୁ ପ୍ରଶଂସା କରିଥିଲେ I ପାଇଲିପଡା ଠାରେ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ଏହା ସହ ମେଡିକାଲ, ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ଓ ସୌନ୍ଦର୍ଯ୍ୟକରଣ ପୋଖରୀ ବୁଲି ଦେଖିଥିଲେ I ବିଭିନ୍ନ ପଂଚାୟତରେ ଚାଲୁ ରହିଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସାରିବାକୁ ବେଲଗୁଣ୍ଠା ବିଡିଓ ଶଶି ଭୂଷଣ ମହାପାତ୍ରଙ୍କୁ ପରାମର୍ଶ ଦେଇଥିଲେ I ପିଡିଙ୍କ ସହ ବିଡିଓ ଶ୍ରୀ ମହାପାତ୍ର, ସମିତି ଅଧକ୍ଷ୍ୟା ପ୍ରତିନିଧି କେ. ରବିନ୍ଦ୍ର କୁମାର ପାତ୍ର, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢୀ, ସହକାରୀ ଯନ୍ତ୍ରୀ ଗିରିଧାରୀ ବେହେରା, ଶାରଦା ପ୍ରସାଦ ଜେନା, କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର କୁମାର ନାୟକ, ରାଜୀବ ଚନ୍ଦ୍ର ପ୍ରଧାନ ଓ ପ୍ରଭାତ ଦାସଙ୍କ ସମେତ ଇଙ୍ଗିନାଠି ସରପଞ୍ଚ ପ୍ରତିନିଧି ତ୍ରୀନାଥ ଗୋଛାୟତ , ନେଟଙ୍ଗା ସରପଞ୍ଚ ପ୍ରହଲାଦ ଲେଙ୍କା, ପାଇଲିପଡା ସରପଞ୍ଚ ଜୟନ୍ତୀ ବେହେରା, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆ ପିଡିଙ୍କ ଗସ୍ତ ସମୟରେ ନିଜ ନିଜ ପଂଚାୟତରେ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ