ଦି କପିଲ ଶର୍ମା ସୋ’କୁ ଫେରୁଛନ୍ତି ସୁନୀଲ ଗ୍ରୋଭର୍ !

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍ କପିଲ ଶର୍ମାଙ୍କ ରିଆଲିଟି ସୋ’ “ଦି କପିଲ ଶର୍ମା ସୋ’ ପୁଣି ଥରେ ସମସ୍ତଙ୍କୁ ପସନ୍ଦ ଆସୁଛି । ହେଲେ ଏବେ ବି ଜଣଙ୍କର ଅଭାବତା ଅନୁଭବ କରୁଛନ୍ତି ଦର୍ଶକ । ସେ ହେଲେ ସୁନୀଲ ଗ୍ରୋଭର । ଅତୀତରେ କପିଲ ଶର୍ମାଙ୍କ ସହ ଏହି ସୋ’ରେ ସୁନୀଲ ଡାକ୍ତର ଗୁଲାଟି ଏବଂ ରିଙ୍କୁ ଭାଭି ଚରିତ୍ରରେ ବେଶ୍ ମଜାଦାର ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ । ଡକ୍ଟର ଗୁଲାଟି ନାଆଁରେ ଦର୍ଶକମାନଙ୍କ ମଧ୍ୟରେ ଆଜି ବି ବେଶ୍ ଲୋକପ୍ରିୟ ଅଛନ୍ତି ଅଭିନେତା ସୁନୀଲ ଗ୍ରୋଭର୍ । ପୁଣି ଥରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ କପିଲ ଶର୍ମାଙ୍କ ରିଆଲିଟି ସୋ’ “ଦି କପିଲ ଶର୍ମା ସୋ’ରେ ପୁଣି ଥରେ କାମ କରିବେ ସୁନୀଲ ଗ୍ରୋଭର୍ । ସେ ଏହି ସୋ’କୁ ଫେରୁଥିବା କଥା ତାଙ୍କର ଏକ ଟୁଇଟରୁ ଅନୁମାନ କରାଯାଉଛି । ସୁନୀଲ ଗ୍ରୋଭର୍ ଟୁଇଟ କରି ଲେଖିଛନ୍ତି, “ସବୁକିଛି ମିଳିଯାଏ, କିଛି ବି ସବୁ ଦିନପାଇଁ ରହେ ନାହିଁ, ଏଣୁ ସବୁବେଳେ ଅନ୍ୟମାନଙ୍କ ପାଖରେ କୃତଜ୍ଞ ରୁହ,ଏହାମୂଳ ମନ୍ତ୍ର, ଆଉ ହଁ ଖୁବ୍ ହସ ।’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ