ଓରାଳି ଶାଳଣିଆଁ ରାସ୍ତାରେ ମଦୁଆଙ୍କ ଦୌରାତ୍ମ୍ୟ
ହାଟଡ଼ିହି, (ବିକାଶ ବିଶ୍ୱାଳ ): ଓରାଳି ଶାଳଣିଆଁ ରାସ୍ତାରେ କିଛି ମଦୁଆଙ୍କ ଦୌରାତ୍ମ୍ୟ ବଢ଼ି ବଢ଼ି ଚାଲିଛି । ସେମାନେ ନିୟମିତ ମଦପିଇ ଲୋକମାନଙ୍କୁ ଅସøଜନ୍ୟ ବ୍ୟବହାର ପଦର୍ଶନ କରୁଛନ୍ତି । ଗତକାଲି ଜଣେ ମହିଳା ଏହି ରାସ୍ତାଦେଇ ଆସୁଥିବାବେଳେ ପୋଲ ଉପରେ ବସିଥିବା ତିନିଜଣ ଯୁବକ ତାଙ୍କୁ କମେଟ ମାରିଥିଲେ । ଏହାକୁ ମହିଳା ଜଣକ ବିରୋଧ କରିବାରୁ ସେମାନେ ତାଙ୍କ ଶାଢ଼ୀକୁ ଟଣା ଓଟରା କରିଥିଲେ । କିଛି ସ୍ଥାନୀୟ ଲୋକ ଓ ମହିଳାଙ୍କ ଗାଁ ଲୋକେ ପହଞ୍ଚି ଯିବାରୁ ସେମାନେ ମହିଳାଙ୍କୁ କ୍ଷମା ମାଗିଥିଲେ ।