ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବକ୍ତବ୍ୟ

ବାଲେଶ୍ୱର,(ୱାଇଏନ୍ଏସ୍): ନିର୍ବାଚନ ଜିତିବା ପାଇଁ ବିଜେଡି ସରକାରୀ କଳର ଅପବ୍ୟବହାର କରୁଛି । ବିଏଲଓ ପୂର୍ଣ୍ଣିମା ସାମନ୍ତ ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ସଦର ନିର୍ବାଚନ ମଣ୍ଡଳୀର ୬୧ନଂ ବୁଥରେ ପିତାମ୍ବରୀ ଜେନା ନାମକ ଜଣେ ମହିଳା ଭୋଟରଙ୍କୁ ପୋଷ୍ଟାଲ ବାଲୋଟରେ ଶଙ୍ଖ ଚିହ୍ନରେ ଭୋଟ୍ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରବତ୍ତାଇବା ଏକ ଜଘନ୍ୟ ଅପରାଧ । ଏହା ସରକାରୀ କର୍ମଚାରୀଙ୍କର ଆଚରଣ ବିଧିର ଉଲଙ୍ଘନ ଅଟେ । ଏହିପରି ଭାବେ ବିଜେଡି ସରକାର ସରକାରୀ କର୍ମଚାରୀ ମାନଙ୍କୁ ଦଳୀୟ କାମରେ ନିୟୋଜିତ କରୁଛନ୍ତି ଏବଂ ଜାଲିଆତି ଦ୍ୱାରା ଜିତିବାକୁ ଚେଷ୍ଟା କରୁଛନ୍ତି । ନିର୍ବାଚନ କମିଶନ ଏଥିରେ ହସ୍ତକ୍ଷେପ କରି ବିଧିବଧ୍ୟ ପଦକ୍ଷେପ ନେବାକୁ ଅନୁରୋଧ । ଗଣମାଧ୍ୟମ ମାଧ୍ୟମରେ ଜନସାଧାରଣଙ୍କୁ ମୋର ନିବେଦନ ଆପଣମାନେ ଏହାର ବିଚାର କରନ୍ତୁ । ବିଜେଡି ନିର୍ବାଚନ ସମୟରେ କୋଭିଡି ପ୍ରସଙ୍ଗରେ ଜନମତକୁ ବିଭ୍ରାନ୍ତ କରୁଛି l ସ୍ପଷ୍ଟୀକରଣ ପାଇଁ ଯାଇଥିବା ଗଣମାଧ୍ୟମକୁ ଉତ୍ତର ଦେବା ବଦଳରେ ଦୁର୍ବ୍ୟବହାର ଗତକାଲି ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ମହିଳା ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ଘଟଣା l ଏଥିରୁ ମହିଳାଙ୍କ ପ୍ରତି ବିଜେଡି ସରକାରର ମନୋଭାବ ସ୍ପଷ୍ଟ ଅନୁମେୟ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ନୀଳଗିରୀ ବିଧାୟକ ସୁକାନ୍ତ, ରାଜ୍ୟ ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ, ଜୋନାଲ୍ ମିଡ଼ିଆ ସଂଯୋଜକ ସତ୍ଯଜିତ୍ ମିଶ୍ର ଓ ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ