ଯୁଵଶକ୍ତି କ୍ଲବ ପକ୍ଷରୁ କୋରନା ସଚେତନତା ଶୋଭାଯାତ୍ରା

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ସ୍ଥିତ ଦକ୍ଷିଣବାଡ ଗ୍ରାମ ଠାରେ ଥିବା ଯୁଵଶକ୍ତି କ୍ଲଵ ପକ୍ଷରୁ କୋରନା ସଚେତନତା ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମା ଦୁର୍ଗାଙ୍କ ନଵମୀ ପୂଜା ଅବସରରେ କ୍ଲଵର ସଦସ୍ୟ ମାନେ ମୋଟର ସାଇକେଲ ଯୋଗେ ଦକ୍ଷିଣବାଡ, ଵୟାଁଵନାପୁର, ରଣଜିତ୍ ପଞ୍ଚାୟତ ପରିକ୍ରମା କରି କୋରନା ମହାମାରୀ ସଂପର୍କରେ ଜନସାଧାରଣଙ୍କୁ ସଚେତନତା ପ୍ରଦାନ କରିଥିଲେ । ଏହାଛଡା ମଂଜୁରୀ ବଳଦେବ ଜୀଉ ମନ୍ଦିର ପରିସରରେ ସଫେଇ ସହିତ ଏକ ଵୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । କ୍ଲବର ଏତାଦୃଶ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳର ଵୃଦ୍ଧିଜିଵି ମାନେ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ