ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି, (ଯୁଗାବ୍ଦ ନ୍ୟୁଜ) :  ଗଜପତି ଜିଲ୍ଲା ୱାକସ୍ ପକ୍ଷରୁ ମଙ୍ଗଳବାର ୱାକିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମଙ୍ଗଳବାର ସକାଳ ରାଜଦାଣ୍ଡ ଠାରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା।   ଉକ୍ତ ପ୍ରତିଯୋଗିତାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ।
ଆୟାଜିତ ପ୍ରତିଯୋଗିତାରେ ବୟସ ଅନୁସାରେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ପାରଳାଖେମୁଣ୍ଡି ଅନେକ ଲୋକ ଏଥିରେ ସାମିଲ ହୋଇଥିଲେ। ପ୍ରତିଯୋଗିତା ଶେଷରେ ବିଭିନ୍ନ ବର୍ଗର ଚାମ୍ପିଆନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାତଃ ଭ୍ରମଣ ସ୍ୱାସ୍ଥ୍ୟ ପକ୍ଷେ ହିତକରକ ଏବଂ ଏହାକୁ ସମସ୍ତେ ନିଜ ଦୈନିକ କାର୍ଯ୍ୟକ୍ରମରେ ସାମିଲ କରିବା ଆବଶ୍ୟକ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା କହିଥିଲେ। ତେବେ ଏହି ପ୍ରତିଯୋଗିତାକୁ ନେଇ ଲୋକଙ୍କ ମଧ୍ୟରେ ବେସ ଉସ୍ରାହ ଦେଖିବାକୁ ମିଳିଥିଲା। ଆଗକୁ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଜାରି ରହିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ