ବେଆଇନ ଚାନ୍ଦା ମାଗିବା ମହଙ୍ଗା ପଡିଲା ସରପଞ୍ଚଙ୍କୁ
ଖଲିକୋଟ,(ୱାଇଏନ୍ଏସ୍): ଖଲିକୋଟ ଥାନା ଅଧିନସ୍ତ ତାଳ ପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ରାଜେଶ୍ୱରୀ ତରାଇ ଓ ତାଙ୍କ ସ୍ୱାମି ରାମ କୃଷ୍ଣ ତରାଇ ସରକାରୀ ମଦ ଭାଟି ମାଲିକ ଠାରୁ ବେଆଇନ ଚାନ୍ଦା ମାଗିବା ଏବଂ ସେଥିରେ ବିଫଳ ହେବା ପରେ କ୍ରୋଧରେ ଜୋର ଜବରଦସ୍ତ ସରକାରୀ ମଦ ଭାଟିକୁ ତାଲା ପକାଇବା ଅଭିଯୋଗରେ ସେମାନଙ୍କ ବିରୁଦ୍ଧରେ ଖଲିକୋଟ ଭାଟି ମାଲିକ ସୁରେଶ ଚନ୍ଦ୍ର ସାହୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି | ଏତଲା କାରୀଙ୍କ ଅଭିଯୋଗ ତାଳପଡା ସରପଞ୍ଚ ଏବଂ ତାଙ୍କ ସ୍ୱାମୀ ନିର୍ବାଚିତ ହେବା ଠାରୁ ଭାଟି ବନ୍ଦ କରିଦେବୁ ବୋଲି ଭୟ ଦେଖାଇ ଏବଂ ମନ୍ଦିର ଉନ୍ନତି ନାମରେ ମୋଟା ଅଙ୍କରେ ଟଙ୍କା ଦାବି କରି ନେଇଛନ୍ତି | ଗତ ତିନି ଦିନ ତଳେ ସରପଞ୍ଚ ଓ ତାଙ୍କ ସ୍ୱାମୀ ବେଆଇନ ଭାବେ ଭାଟି ମାଲିକଙ୍କ ଠାରୁ ପଚାଶ ହଜାର ଟଙ୍କା ମାଗିଥିଲେ ଭାଟି ମାଲିକ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବାରୁ ସେ ଧମକ ଦେଇ କହିଥିଲେ ଟଙ୍କା ନ ଦେଲେ ଜୋର ଜବରଦସ୍ତ ଭାଟି ବନ୍ଦ କରି ଦେବେ | ସରପଞ୍ଚ ତାଙ୍କ ସ୍ୱାମୀ ଏବଂ ତାଙ୍କର ସହଯୋଗୀ ତାରିଣୀ ବିଶୋଇ ସମେତ ଦଶ ଜଣ ୨୪ /୧୦ /୨୦ ଦିବା ବାରଘଣ୍ଟା ସମୟରେ ଭାଟି ଭିତରେ ଜୋର ଜବରଦସ୍ତ ପ୍ରବେଶ କରି ଭାଟି କର୍ମ ଚାରିଙ୍କୁ ମାଡ ମାରି ଭାଟିରୁ ବାହାର କରି ଦେବା ପରେ ସରପଞ୍ଚ ଭାଟି କେଶ ପେଢ଼ିରୁ ଜୋର ଜବରଦସ୍ତ ପଚାଶ ହଜାର ଟଙ୍କା ନେଇ ଭାଟିକୁ ବାହାର ପଟୁ ବନ୍ଦ କରି ତାଲା ପକାଇ ଦେଇଛନ୍ତି | ଧମକ ଦେଇ କହିଛନ୍ତି ପାଞ୍ଚ ଲକ୍ଷ ଟଙ୍କା ଦେଲେ ଭାଟି ଖୋଲିବ ନଚେତ ଏଠାକୁ ଆସିଲେ ତୁମର ମୁଣ୍ଡରୁ ଗଣ୍ଡି ଅଲଗା କରିଦେବୁ ଏହା ପରେ ଭାଟି ମାଲିକ ପ୍ରଶାସନଙ୍କୁ ଜଣାଇବା ପରେ ଅବକାରୀ ବିଭାଗ ଅଫିସର ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାହାରୁ ଭାଟି ବନ୍ଦ ହୋଇ ଥିବା ଦେଖିବାକୁ ପାଇଥିଲେ | ଏହା ପରେ ଭାଟି ମାଲିକ ସରପଞ୍ଚ ତାଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଏତଲା ଦେବା ସହ ସରପଞ୍ଚ ନିଜ କ୍ଷମତାର ଅପବ୍ୟବହାର କରି ବେଆଇନ ଭାବେ ସରକାରୀ ମଦ ଭାଟିକୁ ବନ୍ଦ କରିଥିବାରୁ ସରପଞ୍ଚକୁ ତାଙ୍କ ପଦବୀରୁ ବହିଷ୍କାର କରିବାପାଇଁ ଜିଲ୍ଲା ପାଳଙ୍କ ନିକଟରେ ଦାବି କରିଥିବାର ଶୁଣିବାକୁ ମିଳିଛି |


