କୁଷ୍ଠ ରୋଗୀଙ୍କୁ ସହାୟତା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପ୍ରଶାସନ ପକ୍ଷରୁ ଥଇଥାନ କରାଯାଇ ଡ଼ହ ରୋଡ଼ ସ୍ଥିତ ଲେପର୍ଶ କଲୋନୀ ଆଶ୍ରମରେ ରଖା ଯାଇଥିବା ୧୮ ଜଣ କୁଷ୍ଠ ରୋଗୀଙ୍କୁ ପବିତ୍ର ଦୁର୍ଗା ପୂଜା ଅବସରରେ ନୂତନ ପୋଷାକ, ଶୋଇବା ପାଇଁ ପଟି , କିଛି ଖାଦ୍ୟ ସାମଗ୍ରୀ , ନୂତନ ଥାଳି ଆଦି ପ୍ରଦାନ କରାଯାଇଛି। ଭଞ୍ଜନଗର ୟୁ.ବି ହାଇସ୍କୁଲର ୧୯୮୮ ବ୍ୟାଚର ଏକାଦଶ ଶ୍ରେଣୀର ଛାତ୍ର ସଂଘଠନର ସହଯୋଗ ରେ ଏହି ବଣ୍ଟନ କାର୍ଯ୍ୟ କ୍ରମରେ ସମାଜ ସେବୀ ଶୂଳପାଣି ଶତପଥୀ, ପଞ୍ଚାନନ ପାଳ,ଜଗଦୀଶ ପାଣିଗ୍ରାହୀ ଓ ଶୁଭାଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହା ପ୍ରଦାନ କରିଥିଲେ l


