ବିରଳ ଗଛର ବନ ବିଭାଗ ଦ୍ୱାରା ଚିହ୍ନଟ ଓ ସ୍ଵଷ୍ଟିକରଣ
କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ଗତ ୨୫ ତାରିଖ ଦିନ କାଶୀନଗର ନିକଟସ୍ଥ ଗ୍ରାମ କୀଡୀଗାଁ ପାହାଡ଼ ଶୀର୍ଷରେ ଏକ ୧୨-୧୩ ପତ୍ର ଥାଇ ବେଳ ଗଛର ଦ୍ୱାଦଶ ପତ୍ର ଥିବା ପ୍ରଚାର ହେବା ପରେ ଲୋକମାନେ ସେଠାରେ ବେଲ ଗଛ ଭାବି ପୂଜା ଅର୍ଚନା କରିଥିଲେ | ବିରଳ ଦ୍ୱାଦଶ ବେଲପତ୍ର ଭାବି ଜନତା ମଧ୍ୟ ସେଠାକୁ ଛୁଟିଥିଲେ | ପାରଳାଖେମୁଣ୍ଡି ବନ ଖଣ୍ଡ ଅଧିକାରୀଙ୍କ ନିର୍ଦେଶାନୁସାରେ କାଶୀନଗର ବନ କର୍ମଚାରୀ ଅଶୋକ କୁମାର ସାହୁ ସେଠାରେ ପହଞ୍ଚି ଗଛଟିକୁ ଚିହ୍ନଟ କଲେ ଏହି ବୃକ୍ଷଟି ଏକ ସାଧାରଣ ବୃକ୍ଷ ଏହାର ପତ୍ର ୫ ରୁ ୧୦ ସିଏମ | ଏହି ଗଛଟି ଉଦ୍ଭିଦ ବିଜ୍ଞାନରେ ନାର୍ଲିଙ୍ଗି କ୍ରାନୁଲାଟା ଅଟେ | ଏହି ବୃକ୍ଷର ଔଷଧୀୟ ଗୁଣ ରହିଛି କିନ୍ତୁ ଏହା ଦ୍ୱାଦଶ ବେଲପତ୍ର ନଥିବା ସ୍ଵଷ୍ଟି କରଣ ହୋଇଛି |


