ଅସ୍ଥାୟୀ ପୋଖରୀରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଶାରଦୀୟ ଦଶହରା’ରେ ମା’ ଦୁର୍ଗା ପାରଳାଖେମୁଣ୍ଡି ସହରର ବିଭିନ୍ନ ପୂଜାମଣ୍ଡପ ରେ ଦୀର୍ଘ ନଅ ଦିନ ଧରି ପୂଜା ପାଇବା ପରେ ଆଜି ପୂର୍ବାହ୍ନରେ  ମାଙ୍କର ଭଷାଣି ତଥା ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଅବସରରେ ପୂଜର୍ଚ୍ଚନା ହୋଇ ମଣ୍ଡପରୁ ଶୋଭାଯାତ୍ରା ଗାଡିକୁ ଅଣା ଯାଇଥିଲା । ପରେ ନିରାଡ଼ମ୍ବରରେ  ମା’ ଦୁର୍ଗାଙ୍କ ଶୋଭାଯାତ୍ରା ବିନା ମାଇକ, ଡିଜେ ଓ ବିନା ନାଚଗୀତ ବାଜା-ବାଜୁଣିରେ ସୀମିତ କମିଟି ମେମ୍ବରରେ ମା’ଙ୍କ ଶୋଭାଯାତ୍ରା  ଅନୁଷ୍ଠିତ ହୋଇଥିଲା ।ତେବେ ମା’ଙ୍କ ବିସର୍ଜନ ଶୋଭାଯାତ୍ରା ବେଳେ ଶ୍ରଦ୍ଧାଳୁ ମାନେ ମା’ଙ୍କୁ ଦର୍ଶନର ସୁଯୋଗ ପାଇ ବିଭୋର ହୋଇ ଯାଇଥିଲେ ଏବଂ ଘଣ୍ଟ ବାଜଣା ସହ ମା’ଙ୍କୁ ଦର୍ଶନ କରି ହୁଳହୁଳି ଦେଇ ବିଦାୟ ଦେଇଥିଲେ । ବିସର୍ଜନ ଶୋଭାଯାତ୍ରା ବିନା ଜାକଜମକରେ ସୀମିତ ସାହିବସ୍ତିକୁ ଅଳ୍ପ ସମୟ ମଧ୍ୟରେ ପରିକ୍ରମା କରି ପୌର ପରିଷଦ ପକ୍ଷରୁ  ପାୱାର୍ ହାଉସ ନିକଟସ୍ଥରେ ଅସ୍ଥାୟୀ ଭାବେ ଖୋଳା ଯାଇଥିବା କୁତ୍ରିମ ପୋଖରୀ ଠାରେ ପହଞ୍ଚି ଥିଲେ ।ସେଠାରେ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ଓ ଆଳତି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଅସ୍ଥାୟୀ କୁତ୍ରୀମ ପୋଖରୀରେ ବିସର୍ଜନ କରା ଯାଇଥିଲା । ସେହି ଅସ୍ଥାୟୀ କୁତ୍ରିମ ପୋଖରୀରେ ଆଜି ପୂର୍ବାହ୍ନରେ ପାରଳାଖେମୁଣ୍ଡି ସହରର କଟିକା ସାହି , ବଡ ବ୍ରାହ୍ମଣ ସାହି , ଖଞ୍ଜା ସାହି , ପାୱାର୍ ହାଉସ , ପିଏଚଡି ଏବଂ କଲେଜ ଛକ ତଥା ଟେକ୍ସି ଷ୍ଟାଣ୍ଡ ପ୍ରଭୃତି ସ୍ଥାନରେ ହୋଇଥିବା ପୂଜାମଣ୍ଡପ ଗୁଡିକର ମୂର୍ତ୍ତିକୁ ବିସର୍ଜନ କରା ଯାଇଥିଲା , ପୋଲିସ ବାହିନୀର ପହରା ମଧ୍ୟରେ ବିସର୍ଜନ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳା ମଧ୍ୟରେ ସମ୍ପନ୍ନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ