ମୁଗୁପୁର ସମାଚାରର ୯ମ ସ୍ୱନକ୍ଷତ୍ର ସମାରୋହ;ସତ୍ୟଖବର ପରିବେଷଣ ପାଇଁ ସାମ୍ବାଦିକ ମାନେ ବ୍ରତୀ ହେବା ଆବଶ୍ୟକ
ହାଟଡ଼ିହି, (ବିକାଶ ବିଶ୍ୱାଳ) : ହାଟଡିହି ବ୍ଲକରୁ ପ୍ରକାଶ ପାଉଥିବା ମାସିକ ଖବରକାଗଜ ମୁଗୁପୁର ସମାଚାରର ୯ମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ କୋଭିଡ ନିୟମାନାୁଯାଇ ନିରାଡମ୍ବର ଭାବେ ଏହି ଉତ୍ସବ ଅର୍ାୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ବିଶିଷ୍ଟ ଶିକ୍ଷାବିତ, କବି, ଲେଖକ ଜୟନାରାୟଣ ଜଗଦେବ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରି ସାମ୍ବାଦିକ ମାନେ ସତ୍ୟ ଖବର ପରିବେଷଣ ପାଇଁ ବ୍ରତୀ ହେବା ଆବଶ୍ୟକ ବୋଲି ମତଦେଇଥିଲେ । । ଏଥିରେ ମୁଖ୍ୟ ଅତିଥି ଭାବେ ହାଟଡିହି ସାହିତ୍ୟଘରର ସଭାପତି, ବିଶିଷ୍ଟ ସାହିତ୍ୟିକ, କବି ତଥା ଶିକ୍ଷାବିତ ଅନ୍ତର୍ଯ୍ୟାମୀ ରାଉତ ଯୋଗଦେଇ ଆଜିର ସମାଜପାଇଁ ସମ୍ବାଦପତ୍ରର ଭୁମିକା ସମ୍ପର୍କରେ ଆଲୋକପାତ କରିବାସହ ‘ଖବରର ସତ୍ୟତା ଓ ବିଶ୍ଳେଷଣରେ ସାମ୍ବାଦିକଙ୍କ ଭୁମିକା’ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପାତଞ୍ଜଳୀ କରଶର୍ମା ଯୋଗଦେଇ ସାମ୍ବାଦିକଟିଏ ସମାଜର ହୀତ ପାଇଁ ଖବର ସଂଗ୍ରହ ବେଳେ ସ୍ୱାର୍ଥନ୍ୱେଶୀ ବ୍ୟକ୍ତିଙ୍କ ଦ୍ୱାରାସାଧାରଣ ଲୋକମାନେ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ବାହାରି ନଥାନ୍ତି । ଯାହାକି ସମାଜରେ ଗଣତନ୍ତ୍ରର ଏହି ଚତୁର୍ଥସ୍ତମ୍ବ ପାଇଁ ବିପଦ ସୃଷ୍ଟି କରିଛି । ସାମ୍ବାଦିକମାନେ ସବୁବେଳେ ସତ୍ୟ ଖବର ପରିବେଷଣ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ । ଏହି ଅବସରରେ ମୁଗୁପୁର ସମାଚାରର ନବମ ସ୍ୱନକ୍ଷତ୍ର ସଂଖ୍ୟାକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ମୁଗୁପୁର ସମାଚାରର ସମ୍ପାଦକ ତଥା ଜନସେବକ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ମଦନ ମୋହନ ପାଢ଼ୀ ସମ୍ପାଦକୀୟ ବିବରଣୀ ପାଠ କରିବା ସହିତ ମୁଗୁପୁର ସମାଚାରକୁ ଓଡିଶାର ପୁରପଲ୍ଲୀରେ ପହଞ୍ଚାଇ ମୁଗୁପୁରର ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ଓଡିଶାବାସୀ ଜାଣିବାର ସୁଯୋଗ ପାଇବେ ବୋଲି ମତବ୍ୟକ୍ତ କରିଥିଲେ । ଟ୍ରଷ୍ଟର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ମୁଗୁପୁର ସମାଚାରରେ ଗ୍ରାମାଞ୍ଚଳର ସମସ୍ୟା ଖବର ବାହାରକରି ତାହାର ସମାଧାନ ପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଯନ୍ତ୍ରୀ ଲକ୍ଷ୍ମୀଧର ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ମୁଗୁପୁର ସମାଚାରର ଆଞ୍ଚଳିକ ମୁଖ୍ୟ ମୋହନ ଚରଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ନୃଷିହଂ ଚରଣ ପଣ୍ଡା, ଗୋଲକ ସାହୁ ପ୍ରମୁଖ ସଂଗଠନ କିପରି ଜନହୀତକର କାର୍ଯ୍ୟରେ ନିୟୋଜିତ ହେବ ସେ ଦିଗରେ ପରାମର୍ଶ ଦେଇଥିଲେ । ଖବର କାଗଜର ସହ ସମ୍ପାଦକ ଅରବିନ୍ଦ ତ୍ରିପାଠୀ କାର୍ଯ୍ୟକ୍ରମର ସୁ ପରିଚାଳନା କରିଥିଲେ । କୋଷାଧ୍ୟକ୍ଷ ବିଶ୍ୱଜିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମୁଗୁପୁର ସମାଚାରର ସଦସ୍ୟ ସୁମନ୍ତ କୁମାର ଦାସ, ଅଭିମନ୍ୟୁ ବିଶ୍ୱାଳ, ସୁକାନ୍ତ ରାଉତ, ମାନସ ନାୟକ, ସଞ୍ଜୟ ପଣ୍ଡା, ହିମାଶୁଂ ଆନନ୍ଦିଆ, ବିନୋଦ ଦାସ ଓ ଜନସେବକ ଫାଉଣ୍ଡେସନର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


