ସମାଜ ଆସିକା ତାଲୁକା ପକ୍ଷରୁ ବିଶ୍ୱକର୍ମା ପୂଜା ପାଳିତ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ବିଶ୍ୱକର୍ମା ସମାଜ ଆସିକା ତାଲୁକା ପକ୍ଷରୁ କୋଟିନଡା ଠାରେ ମହାଆଡ଼ମ୍ବର ସହକାରେ ବିଶ୍ୱକର୍ମା ପୂଜା ପାଳିତ ହୋଇଯାଇଛି । ଏଥିରେ ରାଜଶ୍ରୀ ସଦାଶିବ ମହାରଣା, ଉପଦେଷ୍ଟା ରଘୁନାଥ ମହାରଣା, ସଭାପତି ମାଧବ ମହାରଣା, ଉପସଭାପତି ସିମାଞ୍ଚଳ ମହାରଣା, ସମ୍ପାଦକ ସଂଜୀବ କୁମାର ମହାରଣା, ସହ ସମ୍ପାଦକ ସୁକାନ୍ତ କୁମାର ମହାରଣା, କୋଷାଧକ୍ଷ ଇଶ୍ୱର ଚନ୍ଦ୍ର ମହାରଣା, ଜ଼ିଲ୍ଲାସଭ୍ୟ ସନ୍ତୋଷ କୁମାର ମହାରଣା, ସଭ୍ୟ ବସନ୍ତ କୁମାର ମହାରଣା, ବିଦେଶୀ ମହାରଣା, ଧୋବା ମହାରଣା ଙ୍କ ସମେତ ସମସ୍ତ ସଦସ୍ୟ ମାନେ ଯୋଗଦେଇ ପୂଜା ଅର୍ଚନା କରିବା ସହ ଆଶ୍ରିବାଦ ଲାଭ କରିଥିଲେ ।


