କରୋନା ସମୟରେ ଭିନ୍ନକ୍ଷମମାନଙ୍କ ପୁନର୍ବାସ ସମ୍ପର୍କିତ ୱେବିନାର ଅନୁଷ୍ଠିତ
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):ଭିନ୍ନକ୍ଷମଙ୍କ ଅଧିକାର ସଚେତନତା ଓ ସାମାଜିକ ପୁନଃପ୍ରତିଷ୍ଠା ନିମନ୍ତେ କାର୍ଯ୍ୟରତ ସ୍ୱେଛାସେବୀ ଅନୁଷ୍ଠାନ “ପୁନର୍ବାସ” ପକ୍ଷରୁ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ସମୟରେ ଭିନ୍ନକ୍ଷମମାନେ ସମ୍ମୁଖିନ ହେଉଥିବା ବହୁବିଧ ଆହ୍ୱାନ ସମ୍ପର୍କିତ ଏହି ଭର୍ଚୁଆଲ ଆଲୋଚନାଚକ୍ରରେ ସମାଜର ବିଭିନ୍ନ କ୍ଷେତ୍ରରେ ଥିବା ବିଶେଷଜ୍ଞ ଓ ଅଧିକାରୀ ପ୍ରମୁଖ ଅଂଶଗ୍ରହଣ କରି ସୁଚିନ୍ତିତ ପରାମର୍ଶ ଓ ମତାମତ ପ୍ରଦାନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ କରୋନାକାଳିନ ସମୟରେ ପ୍ରଶାସନିକ ତତତ୍ପରତାକୁ ଗୁରୁତ୍ୱାରୋପ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନେଚର୍ସ କ୍ଲବର ସମ୍ପାଦକ ବିରଜା ପ୍ରସାଦ ପତି, ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍ୱପ୍ନାଂଶୁ କୁମାର ଦାସ, ଅକ୍ୟୁପେସନାଲ ଥେରାପିଷ୍ଟ ଶ୍ରୀୟା ଦାସ, ପୁନର୍ବାସର ସଭାପତି ଶ୍ୟାମାଶ୍ରୀ ମହାନ୍ତି, ସ୍ୱାସ୍ଥ୍ୟ ପରାମର୍ଶଦାତା ଜ୍ୟୋତିରଞ୍ଜନ ନାୟକ, ଭିନ୍ନକ୍ଷମ ଯୁବ ଉଦ୍ୟୋଗୀ ଧନଞ୍ଜୟ ସାହୁ, ସମାଜସେବୀ ଗୈାତ୍ତମ ସାହୁ, ପୁନର୍ବାସର ମୁଖ୍ୟ ଉପଦେଷ୍ଟା ଡଃ.ବିରଜା ପ୍ରସାଦ ରାଉତରାୟ ପ୍ରମୁଖ ଯୋଗଦେଇ ସ୍ୱକୀୟ ମତବ୍ୟକ୍ତ କରିଥିଲେ । ଏହି ୱେବିନାରକୁ ସଂଯୋଜକ ସତ୍ୟରଞ୍ଜନ ପ୍ରଧାନ ପରିଚାଳନା କରିଥିଲେ ।


