ଗ୍ୟାସ୍‍ ସିିଲିଣ୍ଡର ଲିକ୍‍ରୁ ଅଗ୍ନିକାଣ୍ଡ;୨ଟି ଘର ସଂପୂର୍ଣ୍ଣ ନଷ୍ଟ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଳକର  ସରାମୂଳି ଗ୍ରାମରେ ଗ୍ୟାସ୍‍ ସିଲିଣ୍ଡର ଲିକ୍‍ରୁ ଅଗ୍ନିକାଣ୍ଡ ଘଟି ଦୁଇଟି ଘର ସଂପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି। ଅପରାହ୍ନରେ ସରାମୂଳି ଗ୍ରାମର ଶରତ ଦଣ୍ଡସେନାଙ୍କ ଘରେ ଗ୍ୟାସ ସିଲିଣ୍ଡର ଲିକ୍‍ରୁ ନିଆଁ ଲାଗିଥିଲା। ହଠାତ୍‍ ନିଆଁ ହୁତୁ ହୁତୁ ହୋଇ ଉଠିବାରୁ ଭୟଭୀତ ହୋଇ ପରିବାରର ସଦସ୍ୟ ମାନେ ଘରୁ ବାହାରକୁ ଧାଇଁ ଆସିଥିଲେ। ତେବେ ଘରର ଚାଳରେ ନିଆଁ ଲାଗିଯିବା ଯୋଗୁଁ ଘର ଜଳିଯିବା ସହିତ ପଡ଼ିଶା ଗର ବିରିକା ବିନ୍ଧାଣୀଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା। ଏନେଇ ଶରତ ଦାରିଙ୍ଗବାଡ଼ି ଅଗ୍ନିଶମ ବାହିନିକୁ ଖବର ଦେବା ସହିତ ଗ୍ରାମବାସୀ ମାନେ ମିଳିତ ଭାବେ ନିଆଁକୁ ଆୟତ କରିବାପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ଦୁଇଟି ପରିବାରର ଆସବାସ ପତ୍ର ସହିତ ଧାନ, ଚାଉଳ ଓ ଲୁଗାପଟା ପୋଡ଼ି ଯାଇଛି। ଅଗ୍ନିଶମ ବାହିନି ପହଞ୍ଚିବା ବେଳେ ସବୁ ପୋଡ଼ି ପାଉଁଶ ହୋଇଯାଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।ଏନେଇ ଉଭୟ ପରିବାର ପକ୍ଷରୁ ସ୍ଥାନୀୟ ସରପଂଚ ଓ ରାଜସ୍ୱ ନିରୀକ୍ଷକଙ୍କ ନିକଟରେ ଲିଖିତ ଭାବେ ଅଭିଯୋଗ କରିଥିବାର ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ