ଗୋଷାଣୀ ବ୍ଲକରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ପ୍ରଦାନ 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଜଙ୍ଗଲପାଡୁ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ଠାରେ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ଓ ଦୁର୍ନିତୀ ନିବାରଣ ସମ୍ବନ୍ଧିତ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ନାବାର୍ଡ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍‌.କେ.ଏସ୍‌.ଏସ୍‌. ଦ୍ୱାରା ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ୫୦ରୁ ଉର୍ଦ୍ଧ ସଭାନେତ୍ରୀ ଓ ସମ୍ପାଦିକା ମାନେ ଯୋଗଦେଇଥିବାବେଳେ ଗଜପତି ଏଲ୍‌ଡିଏମ୍ କିଶୋର ଚନ୍ଦ୍ର ନାୟକ, ୟୁନିୟନ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶୀକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଚ୍ୟୁତାନନ୍ଦ ବ୍ରହ୍ମା, ଗୋଷାଣୀ ବ୍ଲକ ବି.ପି.ଏମ୍‌. ମମତା ରାଉଳ, ସ୍ଥାନୀୟ ସରପଞ୍ଚ ଗେଦିଲା କଳ୍ପନା, ୱାର୍ଡ ସଭ୍ୟ ସନ୍ତୋଷୀ ନାୟକ ଏବଂ ସସ୍ମିତା ପାତ୍ର, ସି.ଆର୍‌.ପି. ଗାୟତ୍ରୀ ସାମଲ ଏବଂ ସୁମନ ପାତ୍ର, ଗୋଷାଣୀ ସ୍ଥିତ ୟୁନାଇଟେଡ ବ୍ୟାଙ୍କର ଶାଖା ପରିଚାଳକ କେ.ଶ୍ରୀକାନ୍ତ ପ୍ରମୁଖ ମଞ୍ଚାସୀନ ଅତିଥିଭାବେ ଯୋଗେଦଇ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ତାଲିମ ଦାତା ଲିଙ୍ଗରାଜ ପାଣିଗ୍ରାହୀ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ବିଷୟବସ୍ତୁ ସତର୍କ ଭାରତ ସମୃଦ୍ଧ ଭାରତ ଏବଂ ଦେଶର ଦୁର୍ନିତୀ ହଟାଇବା ସମସ୍ତଙ୍କ ଉପସ୍ଥିତିରେ ଶପଥ ପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠିର ଦକ୍ଷତା ସରକାରୀ କାର୍ଯ୍ୟକ୍ରମ ଏବଂ ଦଶ ସୁତ୍ର କାର୍ଯ୍ୟକୁ ମହିଳାମାନେ କିପରି କାର୍ଯ୍ୟରେ ବିନିଯୋଗ କରିବେ ଏବଂ ବ୍ୟାଙ୍କର ସୁବିଧା ଅସୁବିଧା ଆଦି ସମ୍ପର୍କରେ ଗୁରୁତ୍ୱ ଦିଆଯାଇଥିଲା । ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମା ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶୀକ୍ଷଣ ଅନୁଷ୍ଠାନ ତରଫରୁ ଗୋଷ୍ଠୀ ମାନଙ୍କୁ କିପରି ତାଲିମ ପ୍ରଦାନ କରାଯାଇଥାଏ ଏବଂ ଏହା ଦ୍ୱାରା କିପରି ଆତ୍ମ ନିର୍ଭରଶୀଳ ହେବେ ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ । ବ୍ୟାଙ୍କ ପରିଚାଳକ ଶ୍ରକାନ୍ତ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଦେଇଥିବା ଋଣ ଖାତା, ଆର୍ଥିକ ସାହାର୍ଯ୍ୟ ଆଦି ସମ୍ପର୍କରେ କହିବା ସହ ରୂପେ କାର୍ଡର ଉପକାରିତା ସମ୍ପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମ ଶେଷରେ ଆର୍‌.କେ.ଏସ୍‌.ଏସ୍‌.ର ସମ୍ପାଦକ ଲକ୍ଷ୍ମୀକାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ