ତିନି ହତ୍ୟାକାରୀ ଗିରଫ 

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଧାମନଗର ଥାନା ଅଧିନ କାଟିଣା ସାହି ଷ୍ଟାଡିୟମ ନିକଟରେ ଗତ ଶୁକ୍ରବାର ଦିନ ପ୍ରାୟ ୩ଟା ଵେଳେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିଲା । ମୃତ ଯୁବକଙ୍କ ଘର ଦକ୍ଷିବାଡ ହୋଇଥିବା ବେଳେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଧାମନଗର ଥାନା ଅଧିକାରୀ ରତିକାନ୍ତ ଗିରିଙ୍କ ନେତୃତ୍ୱ ରେ ଵିଭିନ୍ନ ସ୍ଥାନରେ ଚଢାଉ ହୋଇଥିଲା । ରାତି ପ୍ରାୟ ୧୨.୩୦ମିନିଟ ସମୟରେ ସହିଦନଗର ସ୍ଥିତ ସଂପର୍କକୀୟ ଙ୍କ ଘରୁ ୩ଜଣ ହତ୍ୟା ଅଭିଯୁକ୍ତକୁ ଧରିଵା ରେ ପୋଲିସ ସଫଳ ହୋଇଛି । ଘଟଣା ସଂପର୍କରେ ଅଧିକ ତଦନ୍ତ ହେଉଥିବା ଥାନାଧିକାରୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ