ଭଞ୍ଜନଗର ପୋଲିସ ପକ୍ଷରୁ ଫ୍ଲାଗ ଡେ ପାଳିତ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ପୁଲିସ ସହିଦ ସପ୍ତାହ ଚାଲିଥିବା ବେଳେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଧେଶ୍ୟ ରେ ଭଞ୍ଜନଗର ପୋଲିସ ପକ୍ଷରୁ ଶୁକ୍ରବାର ” ଫ୍ଲାଗ ଡେ ” ପାଳିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ପୁଲିସ ପାଇପ ବାଦ୍ୟ ଦଳ ଦ୍ୱାରା ” ବ୍ୟାଣ୍ଡ ସୋ ” ପ୍ରଦର୍ଶନ କରାଯାଇଥିଲା। କର୍ମଚାରୀ ମାନେ ସହରର ପ୍ରମୁଖ ସ୍ଥାନରେ ଶୋଭାଯାତ୍ରା କରିବା ସହ “ବ୍ୟାଣ୍ଡ ସୋ ” ଅନୁଷ୍ଠିତ ହୋଇଥିଲା। ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏସ.ଆଇ ସମୀର କୁମାର ବେହେରା, ଲିତାରାଣୀ ପରିଡା,ରାଜେଶ ପରିଡା,ଟୁନା ପିଡ଼ିକା ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ମାନେ ସାମିଲ ହୋଇଥିଲେ ।


