ଘୁଷୁରୀ ପାଦୃଭାବ ରୋକିବା ଦିଗରେ ପଦକ୍ଷେପ

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): ପୋଲିସ ପ୍ରଶାସନ କୃଷକ ଓ ଜନସାଧାରଣଙ୍କ ବହୁ ଆବେଦନ ନିବେଦନ ସତ୍ୱେ ଘୁଷୁରୀ ମାଲିକ ମାନେ ଘୁଷୁରୀ ମାନଙ୍କୁ ସହରରେ ବୁଲିବାକୁ ଛାଡ଼ିଦେଇ ଚୁପ ବସିଛନ୍ତି | ପାଚେରୀରେ ଘୁଷୁରୀ ମାନଙ୍କୁ ରଖି ଜନ ସ୍ୱାସ୍ଥ୍ୟ ଜନ ଜୀବନରେ ସଙ୍କଟ ସୃଷ୍ଟି ନକରି ଜୀବିକା ନିର୍ବାହ କରିବାକୁ ସେମାନଙ୍କୁ ଯେତେ ବୁଝାଇଲେ ଭି ସେମାନେ ଶୁଣୁନଥିବା ନେଇ ଅଭିଯୋଗ ହୋଇଛି | ଘୁଷୁରୀ ମାନଙ୍କ ଦ୍ୱାରା ଦୁର୍ଘଟଣା ଘଟୁଥିବା ଓ ବହୁ ଫସଲ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି | କାଶୀନଗର ରଇତ ସଂଘ ତରଫରୁ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପତ୍ର ଦେଇ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି | ସଚେତନତା ସୃଷ୍ଟି ଫଳପ୍ରଦ ହେଉନଥିବା କାରଣରୁ ଏନ.ଏସି ଓ ପୋଲିସ କତ୍ତୃ ପକ୍ଷକୁ ଘୁଷୁରୀ ମାଲିକ ମାନଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ଉକ୍ତ ପତ୍ରରେ ଗଜପତି ଜିଲ୍ଲାପାଳଙ୍କୁ ରଇତ କର୍ତ୍ତୃପକ୍ଷ ମାନେ ଜଣାଇଛନ୍ତି | ସଂଘ ତରଫରୁ ଏହି ପତ୍ର ସଭାପତି ପ୍ରଶାନ୍ତ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ଏସ.ତାତେୟା ବିଡ଼ିଓଙ୍କ ପରାମର୍ଶ କ୍ରମେ ବ୍ଲକର ସେକ୍ସନ ଅଫିସରଙ୍କୁ ଦେଇଛନ୍ତି | ପତ୍ର ର ନକଲ କାଶୀନଗର ଥାନା ଆଇ.ଆଇ.ସି ଓ ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ