ଉନ୍ନୟନ କାମ ପାଇଁ ଵିଡିଓ ଙ୍କ ସମୀକ୍ଷା ବୈଠକ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ରେ କାର୍ଯ୍ୟକାରୀ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ର ତଦାରଖ କରୁଛନ୍ତି ବିଡିଓ ଵିଜୟ କୁମାର ସାହୁ । ଏହି ପରିପ୍ରେକ୍ଷୀରେ ଆଜି ଵିଡିଓ ବାଲିପୋଖରୀ ପଂଚାୟତ ଗ୍ରସ୍ତ କରି ଵିଭିନ୍ନ ଉନ୍ନୟନ କାର୍ଯ୍ୟ ର ସମୀକ୍ଷା କରିଛନ୍ତି । ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ଵିଡିଓ ଙ୍କ ସମେତ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ, ସରପଞ୍ଚ ଙ୍କ ପ୍ରତିନିଧି ଗଗନ ବିହାରୀ ସେଠୀ ,ଜିଆରଏସ ସନ୍ତୋଷ କୁମାର ଦାସ, ଉଦୟନାଥ ଵେଜ ଓ ଏସଚଜି ମହିଳା ମାନେ ଉପସ୍ଥିତ ଥିଲେ । ଵିଶେଷକରି ପ୍ରଧାନମନ୍ତ୍ରୀ ଆଵାସ ଓ ସ୍ଵଛ ଭାରତ ଯୋଜନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଏହାପରେ ନିର୍ମାଣାଧୀନ କେତେକ ଗୃହ ଓ ପାଇଖାନା ଗୁଡିକୁ ଵିଡିଓ ଵୁଲି ଦେଖିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ