ଆଣ୍ଟି କରପସନ ଇଣ୍ଟେଲିଜେନ୍ସ କମିଟି ଓଡ଼ିଶା ଶାଖାର ଜରୁରୀ ବୈଠକ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ଆଣ୍ଟି କରପସନ ଇଣ୍ଟେଳିଜେନ୍ସ କମିଟି ଓଡ଼ିଶା ଶାଖାର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ଓଡ଼ିଶା ସରକାରଙ୍କ ଭିଜିଲାନ୍ସ ସପ୍ତାହ ଉପଲକ୍ଷେ ଏହାର ଉପାଦେୟତା ବିଷୟରେ କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ସରକାରଙ୍କର ଭିଜିଲାନ୍ସ ସପ୍ତାହରେ ବିଭିନ୍ନ ଜିଲ୍ଲା କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରାଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଆଲୋଚନାରେ ସର୍ବଭାରତୀୟ ସେକ୍ରେଟାରୀ ଜେନେରାଲ ଶ୍ରୀଯୁକ୍ତ ଡଃ ବିପିନ ବିହାରୀ ମିଶ୍ର, ଓଡ଼ିଶା ଶାଖାର ସେକ୍ରେଟାରୀ ଜେନେରାଲ ଲାୟନ ଇଂ ବିପିନ ବିହାରୀ ନାୟକ, ଉପସଭାପତି ଶ୍ରୀ ପରୀକ୍ଷିତ ଜେନା ଓ ଓଡ଼ିଶା ଷ୍ଟେଟ କୋଅର୍ଡ଼ିନେଟର ଶ୍ରୀ ବାଳକୃଷ୍ଣ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ ଜିଲ୍ଲା କମିଟିମାନଙ୍କ ଠାରୁ ମତାମତ ଗ୍ରହଣ କରାଯାଇ ଆଗାମୀ ଦିନରେ କିପରି ଗୁରୁତ୍ୱ ଦିଆଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିହେବ, ସେ ବିଷୟରେ ପରାମର୍ଶ ଦେଇଥିଲେ ।