କଣ୍ଟାବଣିରେ ପ୍ରସିଦ୍ଧ ୨୬ ତମ ଗଜଲକ୍ଷ୍ମୀ ପୂଜା ଆରମ୍ଭ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସନ୍ନିକଟ କଣ୍ଟାବଣି ଗାଁର ରାଧାକୃଷ୍ଣ ବିହାର ପୂଜା କମିଟି ତରଫରୁ ୨୬ ତମ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଛି । ସରକାରଙ୍କ କୋଭିଡ କଟକଣା ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିରାଡମ୍ବର ଭାବେ ଏଠାରେ ପୂଜା ଆରମ୍ଭ ହୋଇଛି । ପଣ୍ତିତ ମାନଙ୍କ ଦ୍ୱାରା ବେଦମନ୍ତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା । ଗତ ବର୍ଷ ରୋପ୍ଯ ଜୟନ୍ତୀ ଧୁମଧାମରେ ପାଳନ କରାଯାଇଥିଲା । କିନ୍ତୁ ଚଳିତ ବର୍ଷ ବିନା ଭକ୍ତରେ ପୂଜା ହେଉ ଥିବାରୁ ମଣ୍ଡପ ଖାଁ ଖାଁ ଲାଗୁଛି ।