ଟାଟା ମ୍ୟାଜିକ ଡାଲା ଗାଡି ଧକ୍କାରେ ହୋଟେଲ୍ ମାଲିକ ଗୁରୁତର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଅଁଳାଡୁବା ୧୦ ନଂ ୱାର୍ଡରେ ଗୁରୁତର ସାଗର କରଙ୍କ ଘର ରାଇରଙ୍ଗପୁର ଡାକ୍ତରଖାନା ସମୁଖରେ ସାଗର ସୁଇଟ୍ସ ନାମ ହୋଟେଲ ଖୋଲି ପରିବାର ଭରଣ ପୋଷଣ କରୁଥିଲେ । କିନ୍ତୁ ଦୈନିକ ଭଳି ଆଜି ମଧ୍ୟ ହୋଟେଲ୍ କାମ ସାରି ଅପରାହ୍ନରେ ଘରକୁ ଖାଇବା ପାଇଁ ଯାଇଥିଲେ । କିନ୍ତୁ ଘର ସମୁଖରେ ଗାଡିରୁ ଓଲାଇ ଗାଡିରୁ କିଛି ଜରୁରୀ ସାମାନ ବାହାରକୁ କାଢୁଥିବା ବେଳେ ହଠାତ୍ ବିପରୀତ ଦିଗରୁ ରାସ୍ତା ଛାଡି ଏକ ମ୍ୟାଜିକ ମିନି ମାଲବାହୀ ଗାଡି ଧକ୍କା ଦେବା ସହ ୨୦ ଫୁଟ ଦୂରକୁ ଘୋଷାଡି ନେବାରୁ ହୋଟେଲ୍ ମାଲିକ ସାଗର କରଙ୍କ ମୁଣ୍ଡରେ ଆଘାତ ହେବାରୁ ମୁଣ୍ଡ ଫାଟିଯାଇ ପାଣିଧାର ଭଳି ରକ୍ତ ବହୁଥିବା ଦେଖିବାକୁ ମିଳିଥିଲା ଏବଂ ଗୋଡ ଦୁଇଟି ଭାଙ୍ଗି ଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଧାଇଁ ଆସି ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଥିଲେ । ଗୁରୁତର ହେବାରୁ ମୟୁରଭଞ୍ଜ ଜିଲ୍ଲା ହସ୍ପିଟାଲ ପି.ଆର.ଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା । ଧକ୍କା ଦେଇଥିବା ଗାଡିରେ ନମୋ ଶିବାୟ ଲେଖା ହୋଇଥିଲା । ଗାଡି ନଂ ଟି OD -‘E 11 / – 9767 । ଦୁର୍ଘଟଣା ଭିଆଇ ଗାଡି ଚାଳକ କିଛି ବାଟ ଗଲା ପରେ ଗାଡି ଛାଡି ଫେରାର ହୋଇଥିଲା । ରାଇରଙ୍ଗପୁର ଟାଉନ ପୋଲିସ୍ ଗାଡିକୁ ଜବତ କରିଥିବା ସୂଚନା ମିଳିଥିଲା ।