ବିନାୟକପୁରରେ ୭୧ ବର୍ଷର ଲକ୍ଷ୍ମୀନାରାୟଣ ପୂଜା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତ ବିନାୟକପୁର ଗ୍ରାମରେ ଲକ୍ଷ୍ମୀ ନାରାୟଣ ପୂଜା ୭୧ ବର୍ଷରେ ପଦାର୍ପଣ କରିଛି । ଏବର୍ଷ କୋଭିଡ୍ କଟକଣାକୁ ମାନି ବିନା ସାଜସଜ୍ଜାରେ ମା’ଲକ୍ଷ୍ମୀ ଓ ନାରାୟଣଙ୍କ ସମେତ ପାଶ୍ୱ ମୂର୍ତ୍ତି ୭ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଇବେ । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ପୁଷ୍କରିଣୀରୁ କଳସ ଅଣାଯାଇ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଗୋବିନ୍ଦ ଚନ୍ଦ୍ର ମିଶ୍ର, ପଦ୍ମନାଭ ପାଣିଗ୍ରାହୀ, ରାମ ଚନ୍ଦ୍ର ପାଣିଗ୍ରାହୀ ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଆନନ୍ଦ ଚନ୍ଦ୍ର ଜେନା ମୃଣ୍ମୟୀ ମୂର୍ତ୍ତି ତିଆରି କରିଥିବା ବେଳେ ପୂଜା କାର୍ଯ୍ୟରେ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।