ନିର୍ବାଚନ ପ୍ରଚାରରେ ଯୁବ କଂଗ୍ରେସ ସଭାପତି
ଭଣ୍ଡାରିପୋଖରୀ,( ଦୁର୍ଯ୍ୟଧନ ଲେଙ୍କା): ବାଲେଶ୍ଵର ସଦର ଉପନିର୍ଵାଚନ ପାଇଁ ଇତିମଧ୍ୟରେ ପ୍ରଚାର ଶେଷ ହୋଇଛି । ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ତଥା ଦକ୍ଷିଣବାଡ ସରପଞ୍ଚ ଵିଜୟଶଙ୍କର ମହାନ୍ତି କଂଗ୍ରେସ ପ୍ରାର୍ଥୀନୀ ମମତା କୁଣ୍ଡୁଙ୍କ ସପକ୍ଷରେ ପ୍ରଚାର କରିଛନ୍ତି । ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁଵ୍ରତ ଦାସଙ୍କ ନେତୃତ୍ୱରେ ନିର୍ବାଚନ ମଣ୍ଡଳୀର ସାର୍ଥା ପଞ୍ଚାୟତରେ ଶ୍ରୀ ମହାନ୍ତି ପ୍ରଚାର କରିଥିଲେ । ପଥପ୍ରାନ୍ତ ସଭା ସହିତ ଜନସଭା ଓ ଘର ଘର ବୁଲି କଂଗ୍ରେସ ପାଇଁ ଭୋଟ ଭିକ୍ଷା କରିଥିଲେ । ଏଥିରେ ସମିତି ସଭ୍ୟ ପ୍ରଦ୍ୟୁମ୍ନ ଦାସ, ରମେଶ ଭାରତୀ, ରାଜକିଶୋର ପଣ୍ଡା,ମନୋଜ ନାୟକ, ଵିଜୟ ଵାରିକ, ଯତୀନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ।


