ମମତାଙ୍କ ପରିବର୍ତ୍ତନକୁ ପଶ୍ଚିମବଙ୍ଗ ବିଜେପିର ସ୍ୱାଗତ
କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭେଟକୁ ବିଜେପି ସ୍ୱାଗତ କରିଛି । ପଶ୍ଚିମବଙ୍ଗର ବରିଷ୍ଠ ବିଜେପି ନେତା ମୁକୁଲ ରୟ କହିଛନ୍ତି, ସଂଘୀୟ ବ୍ୟବସ୍ଥା ଏମିତି ହିଁ ଚାଲେ । ସେ ଏହି ଭେଟ୍ଘାଟ୍କୁ ସ୍ୱାଗତ କରିଥିଲେ ହେଁ ମମତାଙ୍କୁ ସମାଲୋଚନା କରିବା ଭୁଲିନାହାନ୍ତି । ସେ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ସମୟ ମାଗି ଭେଟିଛନ୍ତି, ସେ ଭେଟିବା ଉଚିତ । ସମାନ ଭାବେ ଯଦି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଡାକୁଛନ୍ତି, ତା’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ମାନ ଜଣାଇବା ଆବଶ୍ୟକ । ସେ କହିଥିଲେ, ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀ ମମତାଙ୍କୁ ଭେଟିବା ପାଇଁ ବହୁତ ଥର ଦିଲ୍ଲୀ ଡାକିଛନ୍ତି । କିନ୍ତୁ ମମତା ଏସବୁକୁ ଅଗ୍ରାହ୍ୟ କରିଦେଇଥିଲେ । ଏନ୍ଆରସି ବାବଦରେ ମୁକୁଲ କହିଥିଲେ, ମମତା ନିଷ୍ପତ୍ତି ନିଅନ୍ତୁ ସେ ଏନ୍ଆରସିକୁ ସମର୍ଥନ ଜଣାଇବେ ନା ବିରୋଧ କରିବେ ।


