ସନ୍ଦେହ ଘେରରେ କୋଦଳା ସବ୍ ଜେଲରେ କଏଦୀଙ୍କ ମୃତ୍ୟୁ ଘଟଣା
କୋଦଳା , (ଯୁଗାବ୍ଦ ନ୍ୟୁଜ): ଗଞ୍ଜାମ ଜିଲ୍ଲା କୋଦଳା ସବ୍ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। କଏଦୀ ଜଣକ ହେଲେ ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିରିଡା ଗ୍ରାମର ପଙ୍କଜ ଦାସ(୪୨)। ସୁଚନାଯୋଗ୍ୟ, ଏକ ଚୋରୀ କେଶ ଅଭିଯୋଗରେ ଗତ ୪ ତାରିଖରେ ଜେଲକୁ ଆସିଥିଲେ। ଜେଲରଙ୍କ କହିବା ମୁତାବକ କାଲି ସଂକ୍ରାନ୍ତି ଥିବାରୁ ସେ ପୂଜାପୂଜି ସାରି ଶୋଇ ପଡ଼ିଥିଲେ କିନ୍ତୁ ସକାଳୁ ଲକପ ଗେଟ ଖୋଲିଲା ବେଳକୁ ତାର ମୃତ୍ୟୁ ହୋଇଯାଇଛି । ପ୍ରଥମେ ତାକୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ସେଠାରୁ ଶବ ଵ୍ୟବଚ୍ଛେଦ ପାଇଁ ପଠାଇ ଦିଆଯାଇଛି। ପ୍ରଶ୍ନ ଉଠୁଛି ଯେ ସେ ଜେଲକୁ ଆସିବାର ୧୫ ଦିନ ବିତିଯାଇଥିଲେ ମଧ୍ୟ ଜେଲ ମଧ୍ୟରେ କେବେ ବି ସ୍ବାସ୍ଥ୍ୟ ଖରାପ ହୋଇନାହିଁ ହଟାତ ପଙ୍କଜ କିଭଳି ମୃତ୍ୟୁ ବରଣ କଲା ତାହା ସନ୍ଦେହ ଘେରରେ!


