ପଦାରେ ପଡ଼ିଲା ଯନ୍ତ୍ରୀ ଠିକାଦାର ମଧୁଚନ୍ଦ୍ରିକା

ହିଂଜିଳିକାଟୁ, (ଶେଷଦେବ ସାହୁ): ବିଭିନ୍ନ କ୍ଷେତ୍ରରେ ବିକାଶ ଲାଗି ସରକାର କୋଟ କୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି । ଏଥି ସକାଶେ ରାଜକୋଷରୁ ବାର୍ଷିକ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଉଛି । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଉଅଛି । ଯଦ୍ୱାରା ଅଳ୍ପ କିଛି ଦିନ ପରେ ତାହା ନଷ୍ଟ ହେବାରେ ଲାଗିଛି । ଏପରି ଏକ ଘଟଣା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ପୌରାଂଚଳରେ ଦେଖିବାକୁ ମିଳିଛି । ହିଂଜିଳି ତରାତାରିଣୀ ରୋଡ଼ ଠାରୁ ଆଙ୍କୋରଡ଼ା ଦେଇ ଯାଇଥିବା କେନାଲ ପ୍ୱାଶ୍ୱର୍ରେ ନିର୍ମାଣ କରାଯାଇଥିବା ଗାର୍ଡ଼ ୱାଲ ଏହାର ଜ୍ଜଳନ୍ତ ଉଦାହରଣ ।ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁଁ ଅକାରଣରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱଛ ଶାସନରେ କଳା ଛିଟା ଲାଗିଛି ବୋଲି ସାଧାରଣରେ ଆଲୋଚନା ହେଉଛି । ପ୍ରକାଶ ଯେ, ୩୬ ନଂ ରାଜ୍ୟ ରାଜପଥ ହିଂଜିଳି କାଳି ମନ୍ଦିର ଛକ ଠାରୁ ସ୍ଥାନୀୟ ପୌରାଂଚଳ ଆଙ୍କୋରଡ଼ା ଗ୍ରାମ ମଧ୍ୟଦେଇ ୭ନଂ କେନାଳ ପ୍ରବାହିତ । ବର୍ଷା ଦିନ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ କେନାଲ ଗାଡ଼ଁ ୱାଲ ମରାମତି କରାଯାଇଥିଲା । ନିର୍ମାଣ କାର୍ଯ୍ୟରେ ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଇଥିବା ଦେଖିବାକୁ ମିଳିଛି । ସାମାନ୍ୟ ବର୍ଷାରେ ସଂପୃକ୍ତ କେନାଳ ଗାର୍ଡ଼ ୱାଲ ଭୁଷୁଡ଼ି ପଡ଼ି କେନାଳ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି । ଯଦ୍ୱାରା ଜମିକୁ ଜଳ ନିଷ୍କାସିତ ହୋଇନପାରି ରାସ୍ତା ଉପରେ ଲହଡ଼ି ଭାଙ୍ଗୁଥିବାର ଦେଖିବାକୁ ମିଳୁଛି । କେନାଳ ପ୍ୱାଶ୍ୱର୍ରେ ବସବାସ କରୁଥିବା ହରିଜନ ସାହି ବାସିନ୍ଦାଙ୍କ ଚାଳଛପର ଘରର ତଳ ଅଂଶରୁ ମାଟି ଖସୁଥିବାରୁ ସଂପୃକ୍ତ ସାହି ବାସିନ୍ଦା ଉକ୍ତ ଅଂଚଳରେ ବସବାସ କରିବାକୁ ଭୟ କରୁଥିବା ନେଇ କହିଛନ୍ତି । ସଂପୃକ୍ତ କେନାଲ ଗାର୍ଡ଼ ୱାଲର ବହୁ ଅଂଶ ଫାଟି ଯିବା ସହ କିଛି ଅଂଶ ଭାଙ୍ଗିବା ଘଟଣାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଘଟଣାକୁ ଚପାଇବା ଦେବାକୁ ଉଦ୍ୟମ କରି ଫଟା ସ୍ଥାନରେ ମୋରମ ପକାଯାଇଥିବା ଦେଖିବାକୁ ମିଳିଥିଲା । ଘଟଣା ନେଇ ସ୍ଥାନୀୟ ଜଳସମ୍ପଦ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଅଂଚଳର ଦାୟିତ୍ୱ ମୋର ନୁହେଁ, ଏହା କନିଷ୍ଠ ଯନ୍ତ୍ରୀ ଅରୁଣ ପଟ୍ଟନାୟକଙ୍କ ଦାୟିତ୍ୱରେ ରହିଛି । ସ୍ଥାନୀୟ ଜଳସମ୍ପଦ ବିଭାଗୀୟ କାର୍ଯ୍ୟାଳୟରେ ବହୁ ସମୟରେ ଯନ୍ତ୍ରୀ ମାନଙ୍କ ଦେଖାମିଳୁନଥିବା ବେଳେ ବହୁ ସମୟରେ ଫିଲ୍ଡ ଡ଼୍ୟୁଟିରେ ଥିବା ଦର୍ଶାଉଛନ୍ତି । କନିଷ୍ଠ ଯନ୍ତ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ ସଂପୃକ୍ତ ଅଂଚଳଟି ପଙ୍କରେ ପରିପୂର୍ଣ୍ଣ ହୋଇଥିବା ଯୋଗୁଁ ଗାର୍ଡ଼ ୱାଲ ନିର୍ମାଣ କରାଯାଉଥିଲେ ମଧ୍ୟ ବାରମ୍ବାର ଭାଙ୍ଗିଯାଉଛି । ପୁର୍ନବାର ଶକ୍ତ ଭାବେ ଗାର୍ଡ଼ ୱାଲ ନିର୍ମାଣ କରାଯିବ । ଏଠାରେ ପଶ୍ନ ଉଠୁଛି ଯେ, ଗାର୍ଡ଼ ୱାଲ ନିର୍ମାଣ ସମୟରେ ଶକ୍ତ ଭାବେ ନିର୍ମାଣ କରାନଯାଇ କାହିଁକି ହାଲୁକା ଭାବେ ନିର୍ମାଣ କରାଯାଉଛି । ଯନ୍ତ୍ରୀ- ଠିକାଦାରଙ୍କ ମଧୁଚନ୍ଦ୍ରିକା ଚାଲିଥିବା ଯୋଗୁଁ ନିର୍ମାଣ କାର୍ଯ୍ୟରେ ଚଂଚକତା କରି ନିମ୍ନମାନର କାର୍ଯ୍ୟ କରାଯାଉଥିବା ପ୍ରମାଣିତ ହୋଇଛି । ଏ ନେଇ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ପାଳଙ୍କ ସହ ଯୋଗଯୋଗ କରିବାରୁ ସେ କହିଲେ ଘଟଣା ବିଷୟରେ ସେ ଅବଗତ ନୁହଁନ୍ତି , ଏ ନେଇ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅନ୍ୟପକ୍ଷରେ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ ଦୀର୍ଘ ବର୍ଷ ଧରି ସ୍ଥାନୀୟ ଅଂଚଳରେ କାର୍ଯ୍ୟ କରୁଥିବା ଯୋଗୁଁ ନିଜର ମେରିରାୟ ଶାସନ ଚଳାଇ ଆସୁଥିବା ନେଇ ବିଭାଗୀୟ ଜୈନିକ ୪ର୍ଥ ଶ୍ରେଣୀ କର୍ମଚାରୀ ନିଜ ନାମକୁ ଗୋପନ ସର୍ତରେ ଆମ ପ୍ରତିନିଧିଙ୍କୁ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ