ପୁର୍ବତନ ରାଜ୍ୟ ସଭା ସାଂସଦ ଭାଗିରଥି ମାଝୀଙ୍କ କରୋନାରେ ଦେହାନ୍ତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ବାଙ୍କିଶୋଳ କୋଭିଡ ହସ୍ପିଟାଲରେ ପୂର୍ବତନ ରାଜ୍ୟସଭା ସାଂସଦ ଭାଗୀରଥି ମାଝୀ(୭୨)ଙ୍କ ଦେହାନ୍ତ ହୋଇଯାଇଛି । ସେ ଗତ ୨୪ ତାରିଖରୁ ଚିକିତ୍ସିତ ହେଉଥିଲେ । ଗତକାଲି ତାଙ୍କର ଦେହାନ୍ତ ଖବର କୋଭିଡ ହସ୍ପିଟାଲର ନୋଡାଲ ଅଫିସର ଡ଼ଃ ଜନ ଆର ଦାସ ସୂଚନା ଦେଇଥିଲେ । ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଅବସର ଗ୍ରହଣ କଲାପରେ ବିଜେପିରେ ସାମିଲ ହୋଇଥିଲେ । ସେ ୨୦୦୪ ରୁ ୨୦୧୦୬ ପର୍ଯ୍ୟନ୍ତ ବାରିପଦା ଅର୍ବାନ କୋ-ଅପେରେଟିଭ ବ୍ୟାଙ୍କ ର ସଭାପତି ଦାୟିତ୍ୱ ତୁଲାଇଥିଲେ । ସେ ୨୪ ମାର୍ଚ୨୦୦୬ ରୁ ୧ଜୁଲାଇ ୨୦୧୦ ପର୍ଯ୍ୟନ୍ତ ବିଜେପିରୁ ରାଜ୍ୟସଭା ସଦସ୍ୟ ଥିଲେ । ପରେ ବିଜେପିକୁ ଅଲବିଦା କରି ବିଜେଡିରେ ସାମିଲ ହୋଇଥିଲେ । ତାଙ୍କ ମୃତ୍ୟୁରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଖଣିର ଶୋକ ପ୍ରକିୟା ସହ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ବାଙ୍କିଶୋଳ ହସ୍ପିଟାଲରେ କୌଣସି ସ୍ୱତନ୍ତ୍ର ସେବା ନ ଥିବାବେଳେ ତାଙ୍କ କାହିଁକି ଭୁବନେଶ୍ୱର ସୁପର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ