ଝୁଲନ୍ତା ଅବସ୍ଥାରେ ଯୁବକର ମୃତଦେହ ପୋଲିସ ଦ୍ୱାରା ଉଦ୍ଧାର
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳା ବ୍ଲକର ମୁଣ୍ଡାଠାକୁରା ଗ୍ରାମ କୋହ୍ଲସାହିର ଗାଁ ପାଖ ବିରସିଂ ପୋଖରୀର ହିଡରେ ଥିବା ଏକ ଆମ୍ବଡା ଗଛରୁ ମଙ୍ଗଳବାର ସକାଳେ ପୋଲିସ ଏକ ଝୁଲନ୍ତା ଯୁବକର ମୃତଦେହକୁ ଉଦ୍ଧାର କରିଥିବା ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ କୋହ୍ଲସାହିର ସମରା ହାଇବ୍ରୁ(୩୫) ସୋମବାର ସଂଧ୍ଯାରୁ ଘରୁ ବାହାରି ଯାଇ ଆଉ ଫେରି ନଥିଲା ବୋଲି ତା’ର ସ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ମଙ୍ଗଳବାର ସକାଳେ ଗାଁ ଲୋକେ ଦେଖି ଘର ଲୋକ ଏବଂ ଥାନାକୁ ଜଣାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଞ୍ଚନାମା କରାଇବା ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଇଛି ।