ମା’ଛେଉଣ୍ଡ ଦୁଇ ମାସର ପିଲାକୁ ସହାୟତାର ହାତ ବଢ଼ାଇବଲା ବାବା ସିଦ୍ଧେଶ୍ୱର ସ୍ୱୟଂ ସହାୟିକା ସଂଘ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ହଳଦା ପଞ୍ଚାୟତର ନୂଆଗାଁର ମା’ଛେଉଣ୍ଡ ଦୁଇ ମାସର ଶିଶୁପୁତ୍ରର ଖାଦ୍ୟ ପାଇଁ ସହାୟତାର ହାତ ବଢ଼ାଇଲା ମୟୂରଭଂଜ ଜିଲ୍ଲାର ଅଗ୍ରଣୀ ମହିଳା ମିଶନ ଶକ୍ତି ବାବା ସିଦ୍ଧେଶ୍ୱର ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟବୃନ୍ଦ । ସୂଚନାଯୋଗ୍ୟ ଯେ ଗତ ୧୧ ସେପ୍ଟେମ୍ବର ମାସ ନୂଆଗାଁର ବଳରାମ ସର୍ଦ୍ଦାରର ପତ୍ନୀ ମୋତି ମୁଣ୍ଡା(୧୯) ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜରେ ଏକ ଶିଶୁପୁତ୍ର ଜନ୍ମ ଦେଇ ଦୁଇ ଘଣ୍ଟା ପରେ ମୃତ୍ୟୁ ବରଣ କରିଥିଲେ । ଦିନ ମଜୁରିଆ ବଳରାମ ଏବଂ ତାର ବୁଢୀ ମା ଦୁଇ ମାସର ଶିଶୁପୁତ୍ରକୁ ବହୁ କଷ୍ଟରେ ଲାଳନ ପାଳନ କରୁଛନ୍ତି । ବଗିଚାରେ ବଳରାମ ଖଟିଲେ ପରିବାର ଚଳେ । ବହୁ କଷ୍ଟରେ ଛୁଆଟି ମା କ୍ଷୀରରୁ ବଂଚିତ ହୋଇ ଭୋକରେ ଆଉଟିକେ ପାଉଟି ହୋଇଥାଏ । ପାଖରେ ଅର୍ଥ ନାହିଁ ପୁଅକୁ ଲାକଟୋଜେନ ଖାଇବାକୁ ଦେବା ପାଇଁ ।ବହୁ କଷ୍ଟରେ ବୁଢୀମା ଛୁଆଟିକୁ ଇଆଡୁ ସିଆଡୁ ଖୋଇ ବଂଚାଇ ରଖିଛି । ଛୁଆର ଏଭଳି ଅବସ୍ଥା ଦେଖି ନୂଆଗାଁର ଅଙ୍ଗନବାଡ଼ି ଦିଦି ମମତା ମହାନ୍ତ ବାବା ସିଦ୍ଧେଶ୍ୱର ସ୍ବୟଂ ସହାୟିକା ସଂଘକୁ ଏହି ସ୍ପର୍ଶ କାତର ଘଟଣା କହିଥିଲେ । କମିଟିର ସମସ୍ତ ସଦସ୍ୟାଙ୍କ ସହମତିରେ ଶିଶୁ ପୁତ୍ରକୁ କିଛି ମାସ ଏକ ଲାକଟୋଜଜନ ଦିଆଯିବ ବୋଲି ନିଷ୍ପତ୍ତି ହେଇଥିଲା । ସେହି ନିଷ୍ପତ୍ତି ଅନୁସାରେ ସଂଘର ସଂପାଦିକା ତଥା ମିଶନ ଶକ୍ତି ନେତ୍ରୀ ରଂଜିତାଙ୍କ ଲେଙ୍କା ରବିବାର ଦିନ ସଦସ୍ୟ ଏବଂ ଅଙ୍ଗନବାଡ଼ି ଦିଦି ମମତା ମହାନ୍ତଙ୍କ ଉପସ୍ଥିତରେ ବଳରାମ ଘରକୁ ଯାଇ ଏକ ଲାକଟୋଜେନ ଏବଂ ନୂଆ ଡ୍ରେସ୍ ପ୍ରଦାନ କରିଥିଲେ । ବାବା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ କରୋନା ମହାମାରୀ ସମୟରେ ଗାଁ ଗାଁ ବୁଲି ମାସ୍କ ବଣ୍ଟନ କରିଥିଲେ । ଅନୁଷ୍ଠାନର ଏଭଳି ସାମାଜିକ କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।