କେନ୍ଦ୍ରାପଡା ବ୍ଲକ ମିଶନ ଶକ୍ତି ମହିଳା ମହାସଙ୍ଘ କାର୍ଯ୍ୟାଳୟ ଉଦଘାଟିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ ): କେନ୍ଦ୍ରାପଡା ବ୍ଲକ ମିଶନଶକ୍ତି ମହିଳା ମହାସଙ୍ଘ କାର୍ଯ୍ୟାଳୟ ବୁଧବାର ପୂର୍ବାହ୍ନରେ ଉଦଘାଟିତ ହୋଇଯାଇଛି । ନୂତନ ଭାବେ ଯୋଗଦେଇଥିବା ମଣ୍ଡଳ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତାକାଟି ଏହି ମହାସଙ୍ଘ କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ବ୍ଲକ ମହିଳା ମହାସଙ୍ଘର ସଭାନେତ୍ରୀ ବାସନ୍ତୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ବ୍ଲକ ମିଶନଶକ୍ତି ସଂଯୋଜକ ବିକାଶ ଚନ୍ଦ୍ର ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ଏହାର ଉଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ମହାସଙ୍ଘର ସଭ୍ୟାମାନେ ମିଶନଶକ୍ତି ଉପରେ ଆଧାରିତ ଏକ ସଂଗୀତ ଗାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ସମାଜକଲ୍ୟାଣ ଅଧିକାରିଣୀ ଚିନ୍ମୟୀ ରଥ ଯୋଗଦେଇ କହିଥିଲେ ଯେ ଦୀର୍ଘଦିନର ଅପେକ୍ଷା ପରେ ମହାସଙ୍ଘକୁ ଏକ କାର୍ଯ୍ୟାଳୟ ଯୋଗାଇ ଦିଆଯାଇଛି । ସେମାନେ ଏହି କାର୍ଯ୍ୟାଳୟରେ ବସି ବ୍ଲକର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠିକୁ ନେଇ ସଠିକ ଭାବରେ ନିଜର ଦାୟୀତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ । ଏଥିସହିତ ସମସ୍ତେ ଏକମନ ହୋଇ କାର୍ଯ୍ୟ କଲେ ସମାଜର ସାମୁହିକ ବିକାଶ ସହ ସେମାନଙ୍କର ମଧ୍ୟ ଆର୍ଥିକ ଉନ୍ନତି ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ମିଶନଶକ୍ତିର ଜିଲ୍ଲା ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗେଦେଇ ବ୍ଲକର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ସେମାନଙ୍କ ବିଭିନ୍ନ ସମସ୍ୟାକୁ ଉପସ୍ଥାପନ କରିବାକୁ ଏହା ସୁଯୋଗ ବୋଲି କହିବା ସହ ସମସ୍ତେ ଏକାଠି ହୋଇ କାର୍ଯ୍ୟକଲେ ସମସ୍ତେ ଉପକୃତ ହୋଇପାରିବେ । ମିଶନଶକ୍ତିର ସମସ୍ତ କାର୍ଯ୍ୟକ୍ରମ ଏହି ମହାସଙ୍ଘ ମାଧ୍ୟମରେ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ମହାସଙ୍ଘ ନିସ୍ୱାର୍ଥପର ଭାବେ କାର୍ଯ୍ୟ କରିବା ସହ ସୂଚନା ଗୁଡିକୁ ସମସ୍ତଙ୍କ ନିକଟରେ ପହଁଚାଇବା ଏବଂ ପ୍ରକୃତ ହିତାଧିକାରୀ ଚୟନରେ ମହାସଙ୍ଘ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ଅତିଥି ବିଡିଓ ଶ୍ରୀ ଦାସ ତାଙ୍କ ବକ୍ତବ୍ୟରେ ମହିଳା ସଶକ୍ତିକରଣ ଦ୍ୱାରା ସମାଜର ସାମୁହିକ ବିକାଶ ସମ୍ଭବ ବୋଲି କହିବା ସହ ବ୍ଲକର ବିଭିନ୍ନ କାର୍ଯ୍ୟକ୍ରମ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଦ୍ୱାରା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏକ ହ୍ୱାଟସଅପ ଗ୍ରୁପ କରାଯାଇ ସେଥିରେ ବ୍ଲକର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠି ସମେତ ସେଥିସହିତ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସଂଯୋଗ କରାଯିବାକୁ ପ୍ରସ୍ତାବ ଦେଇଥିଲେ । ଫଳରେ ସମସ୍ତ ସୂଚନା ଅବିଳମ୍ବେ ସମସ୍ତେ ପାଇପାରିବେ । ମହାସଙ୍ଘ ମିଳିତ ଭାବରେ ନିଷ୍ପତି ନେଇ ଭଲ କାମକରି ସଫଳ ହୋଇ ସାରା ରାଜ୍ୟରେ ଏକ ଉଦାହରଣ ସୃଷ୍ଟି କରୁ ବୋଲି ସେ ମତବ୍ୟକ୍ତ କରିଥିଲେ । ମହିଳାମାନଙ୍କର ଉନ୍ନତି ହେଲେ ସମାଜର ଉନ୍ନତି ହୋଇପାରିବ ବୋଲି ବିଡିଓ ଶ୍ରୀ ଦାସ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭାରପ୍ରାପ୍ତ ସିଡିପିଓ ସୁନିତା ନାୟକ,ବ୍ଲକ ମିଶନଶକ୍ତି ସହାୟିକା ଶ୍ରାବଣୀ ପଣ୍ଡା,ମହାସଙ୍ଘ ସମ୍ପାଦିକା ଜାନକୀ ଓଝା,କୋଷାଧ୍ୟକ୍ଷ ନିରୂପମା ଦାସ,ଦୈା୍ରପଦୀ ରାଉତ,ଶୈଳବାଳା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ