ଜିଲ୍ଲାପାଳଙ୍କ ଭଣ୍ଡାରିପୋଖରୀ ଗସ୍ତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକକୁ ଆଜି ଭଦ୍ରକ ଜିଲ୍ଲାପାଳ ଜ୍ଞାଦ ଦାସ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ପ୍ରଥମେ ପାଟୁଳି ପଞ୍ଚାୟତ ମୋବାରକପୁର ହରିଜନ ସାହିକୁ ଗସ୍ତ କରିଥିଲେ । ସେଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମାଣ ହେଉଥିବା ବାସଗୃହ ଗୁଡିକ ସମ୍ପର୍କରେ ସେ ଅଧିକାରୀମାନଙ୍କ ଠାରୁ ପଚାରି ବୁଝିଥିଲେ । ଏହା ସହିତ କାର୍ଯ୍ୟ ଅଗ୍ରଗତି ନେଇ ହିତାଧିକାରୀ ମାନଙ୍କ ସହିତ ଜିଲ୍ଲାପାଳ ଭାବ ବିନିମୟ କରିଥିବା ବେଳେ ରାସନକାର୍ଡ, ଭତ୍ତା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ଜିଲ୍ଲାପାଳଙ୍କ ସହିତ ଉପଜିଲ୍ଲାପାଳ ପିତାମ୍ବର ସାମଲ, ତହସିଲଦାର ମୃତ୍ୟୁଞ୍ଜୟଁ ଭୂୟାଁ, ବିଡିଓ ବିଜୟ କୁମାର ସାହୁ, ସ୍ଥାନୀ ୟସରପଞ୍ଚ ସୁବାଷ କାଣ୍ଡି ଉପସ୍ଥିତ ଥିଲେ ଏହାପରେ ତହସିଲ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ପହଞ୍ଚି ରେଭିନ୍ୟୁ, ଇ-ପାଉତି ଓ ଅନ୍ୟାନ୍ୟ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ।


