ବାଇକ ଦୁର୍ଘଟଣା;ଜଣେ ମୃତ- ଜଣେ ଗୁରୁତର

ଭଞ୍ଜନଗର,( ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟ ମଙ୍ଗଳ ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣା ଘଟି ବିକି ବେହେରା (୨୨) ନାମକ ଜଣେ ଯୁବକ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଯୁବକ କାର୍ତ୍ତିକେଶ୍ୱର ମଲ୍ଲିକ (୨୩) ଗୁରୁତର ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗୁରୁବାର ଦିନ ଉଭୟ ୨ ଜଣ ସାଙ୍ଗ ହୋଇ ଏକ ବାଇକ ଯୋଗେ କୌଣସି କାମରେ ଭଞ୍ଜନଗର ଆସିଥିଲେ । କାମ ସାରି ଉଭୟ ରାତିରେ ନିଜ ଗ୍ରାମକୁ ଫେରୁଥିବା ବେଳେ ଜୟମଙ୍ଗଳ ଗ୍ରାମ ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ଏକ କଲଭଟ କୁ ବାଇକଟି ଧକ୍କା ହୋଇଥିଲା । ଉକ୍ତ ଅଂଚଳଟି ଦୁର୍ଗମ ଅଂଚଳ ହୋଇଥିବାରୁ ଉଭୟ ଘଟଣା ସ୍ଥଳରେ ଗୁରୁତର ଭାବେ ଆହତ ହୋଇ ପଡିରହିଥିଲେ । ଖବର ପାଇ  ଅଗ୍ନିଶମ ବିଭାଗ ପହଂଚି ଉଭୟଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ମେଡିକାଲ ରେ ଭର୍ତ୍ତି କରାଇଥିବା ବେଳେ ସେଠାରେ ଡାକ୍ତର ବିକି ବେହେରାଙ୍କୁ ମୃତ ଘୋଷଣା କରିଥିଲେ । ଭଞ୍ଜନଗର ପୋଲିସ ପହଂଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ