କରସିଙ୍ଗି ପାଞ୍ଚାୟତରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ

ବୁଗୁଡା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବୁଗୁଡା ବ୍ଲକର କରସିଙ୍ଗି ଗ୍ରାମ ପାଞ୍ଚାୟତ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ସେହି ପାଞ୍ଚାୟତର ଉଦୟପୁର ଶିବ ମନ୍ଦିର ପରିସରରେ ନଭେମ୍ବର ୬ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା । ବିଜେଡିର ଏହି କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଯୋଗଦେଇଥିଲେ । ବୁଗୁଡା ବ୍ଲକ ବିଜେଡି ସଭାପତି ଇ. ମଦନ ଗୋପାଳ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ମାମି ସେନାପତି, ଜିଲ୍ଲା ପରିଷଦ ସଦସ୍ୟ ରେବତୀ ମୋହନ ନାୟକ, ପୂର୍ବତନ ସରପଞ୍ଚ ରାମେଶ୍ୱର ବିଶ୍ୱାଳ, ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ସେଠୀ, ସମିତି ସଭ୍ୟା ଆରତୀ ନାଏକ ଙ୍କ ସମେତ ଦଳୀୟ କର୍ମୀ ବୃନ୍ଦ ଯୋଗ ଦେଇଥିଲେ । କରସିଙ୍ଗି ଗ୍ରାମ ପଞ୍ଚାୟତରେ ବିଜୁ ଜନତା ଦଳକୁ କିପରି ଆହୁରି ସୁଦୃଢ କରାଯାଇ ପାରିବ ସେହି ବିଷୟରେ ନେଇ ଆଲୋଚନା ହେବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ମଧ୍ୟ ଆଲୋଚନ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ