ବଜରଙ୍ଗ ଦଳ ପକ୍ଷରୁ ହୃତାତ୍ମା ଦିବସ ଅବସରରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ବଜରଙ୍ଗ ଦଳ ପକ୍ଷରୁ ହୃତାତ୍ମା ଦିବସ ଅବସରରେ ଶନିବାର ସ୍ଥାନୀୟ ଗଣାମାହାଲସ୍ଥିତ ବାଲାବାବା ୟୁଥ କ୍ଲବ ପରିସରରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶ୍ୱହିନ୍ଦୁ ପରିଷଦର ସଭାପତି ବାନାମ୍ବର ସାହୁ, ନଗର ସମ୍ପାଦକ ପ୍ରଭାତ କୁମାର ମହାନ୍ତି, ବଜରଙ୍ଗ ଦଳର ନଗର ସଂଯୋଜକ ସୁକୁମାର ଦାସଙ୍କ ନେତୃତ୍ୱରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ୬୨ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରକୁ ଏକ ୬ବର୍ଷ ବୟସର ଥାଲାସେମିଆ ରୋଗରେ ପିଡିତ ପିଲା ଜୀବନଜ୍ୟୋତି ବେହେରା ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ବିଭାଗ ସଂଯୋଜକ ସ୍ୱାଧୀନସୁନ୍ଦର ଦାସ ଯୋଗଦେଇଥିବା ବେଳେ ବରିଷ୍ଠ କାର୍ଯ୍ୟକର୍ତ୍ତା ରାଜକିଶୋର ନାୟକ, ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକାରୀ ସଭାପତି ଗୋପିନାଥ ତ୍ରିପାଠୀ, ସମ୍ପାଦକ ବୀରେନ୍ଦ୍ର ସାମଲ, ସହସମ୍ପାଦକ ଅଜୀତ କୁମାର ଦାସ, ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ସତ୍ୟପ୍ରିୟ ଜେନା, ସହ ସଂଯୋଜକ ନିରଞ୍ଜନ ସୁଆର, ସହସଂଯୋଜକ ସୈାମ୍ୟରଞ୍ଜନ କର, ନଗର ସହ ସଂଯୋଜକ ଦେବେନ୍ଦ୍ର ଜେନା, ଜିଲ୍ଲା ମହାବିଦ୍ୟାଳୟ ପ୍ରମୁଖ ଲୋକନାଥ ଦାସ, ସୁରକ୍ଷା ପ୍ରମୁଖ କାଳି ପ୍ରସାଦ ମଣ୍ଡଳ,ପ୍ରିୟରଞ୍ଜନ କର,ରଜନୀକାନ୍ତ ତ୍ରିପାଠୀ, ନିଳକଣ୍ଠ ସ୍ୱାଇଁ, ରାକେଶ ମିଶ୍ର, ମନୋଜ କୁମାର ଦାସ, ସିଦ୍ଧାର୍ଥ ସିଂ, ସଞ୍ଜୟ ଦାସ, ପୃଥୀରାଜ ମଣ୍ଡଳ, ସନ୍ଦିପନୀ ଆର୍ଯ୍ୟକୁମାର, ବଳଦେବଜୀଉ କିନ୍ନର ସଙ୍ଘର ଏଲିନା ଦାସ, ଝାନସୀରାଣୀ ଚାରିଟେବୁଲ ଟ୍ରଷ୍ଟର ମମତା ସାମଲ, ଅରୁଆକଦଳିବଣ ଗ୍ରାମର ୧୨୬ଥର ରକ୍ତଦାନ କରିଥିବା ଅନ୍ନଦା ପ୍ରସାଦ ଦାସ, କାବେରୀ ସାହୁ, ନିର୍ମଳ ମଲ୍ଲିକ, ମନୋଜ ସାହୁ, ରଞ୍ଜିତ ସାହୁ ଙ୍କ ସମେତ ବହୁ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ