ସଞ୍ଜୟ ଦତ୍ତ କଲେ ଖୁଲାସା !
ନିକଟରେ “ପ୍ରସ୍ଥାନମ୍’ର ପ୍ରମୋସନ୍ ବେଳେ ଏକ ସାମ୍ବାଦିକ ସମ୍ମଳିନୀରେ ସେ କହିଥିଲେ ଏହି କଥା । ମୁମ୍ବାଇ: ୨୦୦୩ରେ ରିଲିଜ୍ ହୋଇଥିବା “ମୁନ୍ନା ଭାଇ ଏମବିବିଏସ୍’ ଫିଲ୍ମଟିକୁ ସମସ୍ତେ ପସନ୍ଦ କରିଥିଲେ କହିଲେ ଭୁଲ୍ ହେବ ନାହିଁ । ଏହି ଫିଲ୍ମରେ ଉଭୟ ସଞ୍ଜୟ ଦତ୍ତ ଓ ଅର୍ଶଦ୍ ୱାରିସ୍ଙ୍କ ଅଭିନୟଙ୍କୁ ସମସ୍ତେ ପ୍ରଶଂସା କରିଥିଲେ । ଏହି ଫିଲ୍ମକୁ ଯେତେଥର ଦେଖିଲେ ବି ଆହୁରି ଦେଖିବାକୁ ଇଚ୍ଛା ହୁଏ । ୨୦୦୬ରେ ଏହି ଫିଲ୍ମର ସିକ୍ୱେଲ୍ ଆସିଥିଲା । ଏହାର ନାଁ ଥିଲା “ଲଗେ ରହା ମୁନ୍ନା ଭାଇ’? ଏ ଫିଲ୍ମରେ ପୁଣି ସଞ୍ଜୟ ଓ ଅର୍ଶଦ୍ କମାଲ ଦେଖିବାକୁ ମିଳିଥିଲା । ଲୋକେ ଆଶା କରିଥିଲେ ଯେ ଖୁବ୍ଶୀଘ୍ର ଏହି ସିରିଜର ନୂଆ ଫିଲ୍ମ ମଧ୍ୟ ଆସିବ । ତେବେ ସଞ୍ଜୟ ଦତ୍ତ ଆଇନର ଜାଲରେ ଛନ୍ଦି ହାଇପଡ଼ିବା ଓ ଜେଲ୍ ଯିବା ଆଦି ଘଟଣା ଭିତରେ ଏ ନେଇ ଆଉ ବିଶେଷ ଆଲୋଚନା ହେଉ ନଥିଲା । କିନ୍ତୁ ସଞ୍ଜୟ ଦତ୍ତ ନିକଟରେ ତାଙ୍କ ଫିଲ୍ମ “ପ୍ରସ୍ଥାନମ୍’ର ପ୍ରମୋସନ୍ ବେଳେ ଏକ ସାମ୍ବାଦିକ ସମ୍ମଳିନୀରେ କହିଥିଲେ ଯେ ରାଜକୁମାର ହିରାନୀ ଏବେ “ମୁନ୍ନ’ କାହାଣୀର ସିକ୍ୱେଲ୍ ଉପରେ କାମ କରୁଛନ୍ତି । ୨୦୨୦ ବେଳକୁ ଏହା ଲୋକଙ୍କ ସାମ୍ନାକୁ ଆସିପାରେ । ଅବଶ୍ୟ ଅର୍ଶଦ୍ ୱାରିସ୍ ବି ଏ ନେଇ ସଙ୍କେତ ଦେଇଥିଲା । ସୂଚନାଯୋଗ୍ୟ, ଉଭୟ “ମୁନ୍ନା ଭାଇ ଏମ୍ବିିବିଏସ୍’ ଓ “ଲଗେ ରହା ମୁନ୍ନା ଭାଇ’ର ନିର୍ଦ୍ଦେଶନା ରାଜକୁମାର ହିରାନୀ ଦେଇଥିଲେ । ଅନ୍ୟପକ୍ଷରେ ସଞ୍ଜୟ ଦତ୍ତଙ୍କ “ପ୍ରସ୍ଥାନମ୍’ ରିଲିଜ୍ ହୋଇଛି ।