କ୍ୟାଟ୍ରିନାଙ୍କ ନୂଆ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚା
ମୁମ୍ବାଇ: ରଣବୀର କପୁର ଓ କ୍ୟାଟ୍ରିନା କୈଫ୍ଙ୍କ ବ୍ରେକ୍ଅପକୁ ଅଢ଼େଇ ବର୍ଷରୁ ଅଧିକ ସମୟ ବିତି ଗଲାଣି । ଖବର ମିଳିଛି ଯେ, ଦୁହିଁଙ୍କ ମଧ୍ୟରେ ସଂପର୍କ ବଢ଼ି ଯାଇଛି ଓ ସେମାନେ ଏବେ ପରସ୍ପରକୁ ଡେଟ୍ କରୁଛନ୍ତି । ୟା ମଧ୍ୟରେ ରଣବୀର ବଲିଉଡର ଅନ୍ୟତମ ଲୋକପ୍ରିୟ ହିରୋଇନ୍ ଆଲିଆ ଭଟ୍ଟଙ୍କ ପ୍ରେମରେ ପଡ଼ିସାରିଲେଣି । ଏମିତି କି ଏ ବର୍ଷ ଶେଷ ଆଡ଼କୁ ଅବା ଆସନ୍ତା ବର୍ଷ ପ୍ରାରମ୍ଭରେ ଦୁହେଁ ବାହା ହେବେ ବୋଲି ମଧ୍ୟ ଖବର ଆସୁଛି । ସେପ୍ଟେମ୍ବର ୨୮ ତାରିଖରେ ରଣବୀରଙ୍କ ଜନ୍ମଦିନ ଥିବା ବେଳେ ସେଦିନ ଏନେଇ କିଛି ଘୋଷଣା ହୋଇପାରେ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ରଣବୀରଙ୍କଠାରୁ ଅଲଗା ହେବା ପରେ କ୍ୟାଟ୍ରିନା ଏକା ଅଛନ୍ତି । ହେଲେ ଏବେ ତାଙ୍କୁ ନେଇ ବି ଚର୍ଚ୍ଚା ଆରମ୍ଭ ହାଇଗଲାଣି । କୁହାଯାଉଛି, କ୍ୟାଟ୍ରିନା ଆଉ ଏକା ନାହାନ୍ତି । ତାଙ୍କୁ ନୂଆ ପୁରୁଷ ବନ୍ଧୁ ମିଳି ଯାଇଛନ୍ତି । ଆଉ ସେ ବି ବଲିଉଡର । ଜାଣିଛନ୍ତି, ସେ କିଏ? ସେ ହେଉଛନ୍ତି “ଉରି- ଦ ସର୍ଜିକାଲ୍ ଷ୍ଟ୍ରାଇକ୍’ ଫେମ୍ ଭିକି କୌଶଲ୍ । ଥରେ କରଣ ଜାହରଙ୍କ ଟକ୍ ଶୋ’ “କଫି ଉଇଥ୍ କରଣ’ରେ ଭିକିଙ୍କ ସହ କାମ କରିବାକୁ ଇଚ୍ଛା ଜାହିର କରିଥିଲେ କ୍ୟାଟ୍ରିନା । ଆଉ ସେହିଦିନଠାରୁ ଦୁହିଁଙ୍କୁ ନେଇ ଆଲୋଚନା ହେଉଥିଲା । ଗତ କିଛି ଦିନ ତଳେ ଏକ ପୁରସ୍କାର ବିତରଣ ଉତ୍ସବରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ତେବେ “ଦ ଜାୟା ଫ୍ୟାକ୍ଟର’ର ସ୍ପେଶାଲ୍ ସ୍କ୍ରିନିଂରେ ଦୁହିଁଙ୍କୁ ଏକାଠି ଦେଖାଯିବା ପରେ ଚର୍ଚ୍ଚା ଜୋର ଧରିଛି । ଶୋ’ ଶେଷ ହେବା ପରେ ଦୁହେଁ ସାଙ୍ଗ ହାଇ ବାହାରି ଥିଲେ ଓ ଉପସ୍ଥିତ ଲୋକଙ୍କ ସହ କଥାବାର୍ତ୍ତା ହୋଇଥିଲେ । ଖବର ମିଳିଛି ଯେ, ଦୁହିଁଙ୍କ ମଧ୍ୟରେ ସଂପର୍କ ବଢ଼ି ଯାଇଛି ଓ ସେମାନେ ଏବେ ପରସ୍ପରକୁ ଡେଟ୍ କରୁଛନ୍ତି । ଏମିତି କି ଭିକି ତାଙ୍କୁ ଘରୁ ନେଇ ଶୁଟିଂ ସେଟରେ ଛାଡ଼ୁଛନ୍ତି ଓ ଶୁଟିଂ ସରିବା ପରେ ଆଣି ଘରେ ମଧ୍ୟ ଛାଡୁଛନ୍ତି । ସୂଚନାଯୋଗ୍ୟ, ଭିକି ପ୍ରଥମେ ଅଭିନେତ୍ରୀ ହରଲୀନ୍ ସେଠୀଙ୍କୁ ଡେଟ୍ କରୁଥିଲେ । ପରେ ସେମାନଙ୍କ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଥିଲା ।


